ଲୋକଙ୍କୁ ଗରିବ କରୁଛି କରୋନା । ରୋଜଗାର ହରାଉଛନ୍ତି ଲୋକେ, ଦେଶରେ ବଢୁଛି ଦାରିଦ୍ର୍ୟ

Advertisment
ଲୋକଙ୍କୁ ଗରିବ କରୁଛି କରୋନା । ରୋଜଗାର ହରାଉଛନ୍ତି ଲୋକେ, ଦେଶରେ ବଢୁଛି ଦାରିଦ୍ର୍ୟ

କରୋନା ମହାମାରୀ ପ୍ରଭାବରେ ବର୍ଷକ ଭିତରେ ୨୩ କୋଟି ଲୋକ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯାଇଛନ୍ତି ବୋଲି ଅଜିମ୍ ପ୍ରେମ୍‌ଜୀ ଫାଉଣ୍ଡେସନ ପକ୍ଷରୁ ତଥ୍ୟ ଜାରି କରାଯାଇଛି। ଗ୍ରାମାଞ୍ଚଳରେ ଗରିବ ଲୋକଙ୍କ ସଂଖ୍ୟାରେ ୧୫% ଓ ସହରାଞ୍ଚଳରେ ତା’ଠାରୁ ଅଧିକ ଅର୍ଥାତ ୨୦% ବୃଦ୍ଧି ଘଟିଛି । ଗମନାଗମନରେ କଟକଣା ଲୋକମାନଙ୍କ ଆୟକୁ ପ୍ରଭାବିତ କରିଥାଏ । ଗମନାଗମନରେ ୧୦% ହ୍ରାସ ହେଲେ ଲୋକମାନଙ୍କ ଆୟ ୭.୫% କମିଥାଏ ।

ଲୋକମାନଙ୍କ ମାସିକ ପାରିବାରିକ ଆୟ ମଧ୍ୟ ୨୦୨୦ ଅକ୍ଟୋବର ବେଳକୁ ୪୯୭୯ ଟଙ୍କାକୁ ହ୍ରାସ ପାଇଥିଲା । ୨୦୨୦ ଜାନୁଆରିରେ ତାହା ୫୯୮୯ ଟଙ୍କା ଥିଲା। ୨୦୨୦ ଶେଷ ସୁଦ୍ଧା ୧.୫ କୋଟି ଲୋକ ବେକାର ଥିଲେ । ମହାରାଷ୍ଟ୍ର, କେରଳ, ତାମିଲନାଡୁ, ଉତ୍ତରପ୍ରଦେଶ ଓ ଦିଲ୍ଲୀ ଭଳି ରାଜ୍ୟ ଯେଉଁଠାରେ କୋଭିଡ୍‌ ମାମଲା ସଂଖ୍ୟା ଅଧିକ ଥିଲା ସେଠାରେ ବେକାରି ସମସ୍ୟା ମଧ୍ୟ ଅଧିକ ରହିଛି ବୋଲି ରିପୋର୍ଟରେ କୁହାଯାଇଛି । ମହାମାରୀ ଯୋଗୁଁ ଅଧିକାଂଶ ଶ୍ରମିକଙ୍କ ଆୟ କମିଛି । ଲୋକମାନେ ଖାଇବା କମ କରିବା ସହ ଋଣ କରିଛନ୍ତି ଓ ସମ୍ପତ୍ତି ବିକିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe