କରୋନା ମହାମାରୀ ପ୍ରଭାବରେ ବର୍ଷକ ଭିତରେ ୨୩ କୋଟି ଲୋକ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯାଇଛନ୍ତି ବୋଲି ଅଜିମ୍ ପ୍ରେମ୍ଜୀ ଫାଉଣ୍ଡେସନ ପକ୍ଷରୁ ତଥ୍ୟ ଜାରି କରାଯାଇଛି। ଗ୍ରାମାଞ୍ଚଳରେ ଗରିବ ଲୋକଙ୍କ ସଂଖ୍ୟାରେ ୧୫% ଓ ସହରାଞ୍ଚଳରେ ତା’ଠାରୁ ଅଧିକ ଅର୍ଥାତ ୨୦% ବୃଦ୍ଧି ଘଟିଛି । ଗମନାଗମନରେ କଟକଣା ଲୋକମାନଙ୍କ ଆୟକୁ ପ୍ରଭାବିତ କରିଥାଏ । ଗମନାଗମନରେ ୧୦% ହ୍ରାସ ହେଲେ ଲୋକମାନଙ୍କ ଆୟ ୭.୫% କମିଥାଏ ।
ଲୋକମାନଙ୍କ ମାସିକ ପାରିବାରିକ ଆୟ ମଧ୍ୟ ୨୦୨୦ ଅକ୍ଟୋବର ବେଳକୁ ୪୯୭୯ ଟଙ୍କାକୁ ହ୍ରାସ ପାଇଥିଲା । ୨୦୨୦ ଜାନୁଆରିରେ ତାହା ୫୯୮୯ ଟଙ୍କା ଥିଲା। ୨୦୨୦ ଶେଷ ସୁଦ୍ଧା ୧.୫ କୋଟି ଲୋକ ବେକାର ଥିଲେ । ମହାରାଷ୍ଟ୍ର, କେରଳ, ତାମିଲନାଡୁ, ଉତ୍ତରପ୍ରଦେଶ ଓ ଦିଲ୍ଲୀ ଭଳି ରାଜ୍ୟ ଯେଉଁଠାରେ କୋଭିଡ୍ ମାମଲା ସଂଖ୍ୟା ଅଧିକ ଥିଲା ସେଠାରେ ବେକାରି ସମସ୍ୟା ମଧ୍ୟ ଅଧିକ ରହିଛି ବୋଲି ରିପୋର୍ଟରେ କୁହାଯାଇଛି । ମହାମାରୀ ଯୋଗୁଁ ଅଧିକାଂଶ ଶ୍ରମିକଙ୍କ ଆୟ କମିଛି । ଲୋକମାନେ ଖାଇବା କମ କରିବା ସହ ଋଣ କରିଛନ୍ତି ଓ ସମ୍ପତ୍ତି ବିକିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/MIGRANT-WORKERS-2-1493871504-1585755945.jpg)