ଦେଶରୁ ଦୂର ହେଉଛି ଦାରିଦ୍ର୍ୟ, ଓଡିଶାରୁ ୧ କୋଟି ଦାରିଦ୍ର୍ୟରୁ ହୋଇଛନ୍ତି ମୁକ୍ତ । ନୀତି ଆୟୋଗ ରିପୋର୍ଟରେ ଉଲ୍ଲେଖ

Advertisment
ଦେଶରୁ ଦୂର ହେଉଛି ଦାରିଦ୍ର୍ୟ, ଓଡିଶାରୁ ୧ କୋଟି ଦାରିଦ୍ର୍ୟରୁ ହୋଇଛନ୍ତି ମୁକ୍ତ । ନୀତି ଆୟୋଗ ରିପୋର୍ଟରେ ଉଲ୍ଲେଖ

କନକ ବ୍ୟୁରୋ : ଗତ ୯ ବର୍ଷ ମଧ୍ୟରେ କେବଳ ଓଡ଼ିଶାରେ ୧ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଛନ୍ତି । ନୀତି ଆୟୋଗର ରିପୋର୍ଟରୁ ଜଣାପଡ଼ିଛି । ୨୦୧୩-୧୪ରୁ ୨୦୨୨-୨୩ ମଧ୍ୟରେ ଏହି ସଫଳତା ମିଳିଛି ।

ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ୨୦୦୫-୦୬ରେ ୬୩.୮୪ ପ୍ରତିଶତ ଲୋକ ବହୁମୁଖୀ ଦାରିଦ୍ର୍ୟ କବଳରେ ଥିଲେ । ୨୦୧୫-୧୬ ସୁଦ୍ଧା ସେହି ହାର ୨୯.୩୪ ପ୍ରତିଶତକୁ ହ୍ରାସ ପାଇଥିଲା । ଏହାପରେ ୨୦୧୯-୨୧ ସୁଦ୍ଧା ୧୫.୬୮ ପ୍ରତିଶତକୁ ହ୍ରାସ ପାଇଛି । ଗତ ୯ ବର୍ଷ ଭିତରେ ରାଜ୍ୟର ୧.୦୨ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟ କବଳରୁ ମୁକ୍ତି ପାଇଛନ୍ତି । ଯେଉଁ ହାରରେ ଦାରିଦ୍ର୍ୟ ହ୍ରାସ ପାଉଛି, ତାହା ବିଚାରକୁ ନେଲେ ୨୦୩୦ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ବହୁମୁଖୀ ଦାରିଦ୍ର୍ୟମୁକ୍ତ ହେବା ଲାଗି ରହିଥିବା ସ୍ଥାୟୀ ବିକାଶ ଲକ୍ଷ୍ୟକୁ ଭାରତର ସହଜରେ ହାସଲ କରିପାରିବ ବୋଲି କୁହାଯାଇପାରିବ । ସ୍ୱାସ୍ଥ୍ୟ ସେବା, ଶିକ୍ଷା, ଜୀବନ ଧାରଣ ମାନ ଆଦିରେ ହୋଇଥିବା ଉନ୍ନତି ବିଚାରକୁ ନେଇ ବହୁମୁଖୀ ଦାରିଦ୍ର୍ୟ ନିର୍ଧାରଣ କରାଯାଇଥାଏ ।

୨୦୧୩-୧୪ରେ ଭାରତରେ ବହୁମୁଖୀ ଦାରିଦ୍ର୍ୟ ୨୯.୧୭% ଥିଲା
୨୦୨୨-୨୩ରେ ଏହା ୧୧.୨୮% କୁ ହ୍ରାସ ପାଇଛି
ଅର୍ଥାତ୍ ୧୭.୮୯ ପ୍ରତିଶତ ପଏଂଟ ହ୍ରାସ ପାଇଛି
ୟୁପିରେ ଗତ ୯ ବର୍ଷ ମଧ୍ୟରେ ୫.୯୪ କୋଟି ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତ
ବିହାରରେ ୩.୭୭ କୋଟି, ମଧ୍ୟପ୍ରଦେଶରେ ୨.୩୦ କୋଟି ଏବଂ ରାଜସ୍ଥାନରେ ୧.୮୭ କୋଟି ଦାରିଦ୍ର୍ୟୁରୁ ମୁକ୍ତ
ଗତ ୯ ବର୍ଷ ମଧ୍ୟରେ ୨୪.୮୨ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି
ଗରିବ ରାଜ୍ୟଗୁଡ଼ିକରେ ଦାରିଦ୍ର୍ୟ ଦ୍ରୁତ ଗତିରେ ହ୍ରାସ ପାଇଛି ଯାହାକି ଅସମାନତା ହ୍ରାସକୁ ଦର୍ଶାଉଛି
୧୨ଟି ଏମପିଆଇ ସୂଚକାଙ୍କରେ ଉନ୍ନତିର ଉଲ୍ଲେଖନୀୟ ସଙ୍କେତ ଦେଖିବାକୁ ମିଳିଛି
ଭାରତ ୨୦୩୦ ପୂର୍ବରୁ ବହୁମୁଖୀ ଦାରିଦ୍ର୍ୟ ହ୍ରାସ କରିବାର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବାର ସମ୍ଭାବନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe