କୁକୁଡ଼ା ଫାର୍ମ କରିଛି ସ୍ୱାବଲମ୍ବୀ: ଫାର୍ମରେ ଅଛନ୍ତି ହଜାରେ କୁକୁଡ଼ା, ପ୍ରତିଦିନ ପାଉଛନ୍ତି ୬ ଶହରୁ ୭ ଶହ ଅଣ୍ଡା 

136

କନକ ବ୍ୟୁରୋ: ମମତାଙ୍କ କୁକୁଡ଼ା ଫାର୍ମ  । ଏଠାରେ ପ୍ରାୟ ହଜାରେ କୁକୁଡ଼ା ଅଛନ୍ତି । ଏହି ଫାର୍ମରୁ ସେ ପ୍ରତିଦିନ ୬ ଶହରୁ ୭ ଶହ ଅଣ୍ଡା ପାଉଛନ୍ତି, ଆଉ ସେସବୁକୁ ସ୍ଥାନୀୟ ବଜାରରେ ବିକ୍ରି କରୁଛନ୍ତି । ଏହି ଫାର୍ମ ତିଆରି କରିବାକୁ ମମତାଙ୍କୁ ତାଙ୍କ ସ୍ୱାମୀ କାହ୍ନୁଚରଣ ଭରପୁର ସହଯୋଗ କରିଛନ୍ତି  । ଉଭୟ ସବୁଦିନ ଏହି ଫାର୍ମରେ କରନ୍ତି ।

ରାଜ୍ୟ ସରକାରଙ୍କ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ସହାୟତା ପାଇ ଆଗକୁ ବଢ଼ିଛନ୍ତି ଏହି ଦମ୍ପତି  । ୩ ଲକ୍ଷ ଟଂକା ଆଣି ଆରମ୍ଭ କରିଥିଲେ ଏହି ଫାର୍ମ । ଏହି କୁକୁଡ଼ା ଫାର୍ମ ଉଭୟ ମମତା ଓ କାହ୍ନୁଙ୍କୁ ଆତ୍ମନିର୍ଭରଶୀଳ କରିଥିବା ବେଳେ ଅନ୍ୟ କେତେଙ୍କୁ ମଧ୍ୟ ରୋଜଗାର ଯୋଗାଇଛି । ଏହି ଫାର୍ମରେ ଏବେ ୩ରୁ ୪ ଜଣ କାମ କରୁଛନ୍ତି ।