ଆରମ୍ଭ ହେଲାଣି ଘରସଜ୍ଜା । ରଙ୍ଗବେରଙ୍ଗର ଲିଚୁ ଲାଇଟ୍ । ସ୍ୱାଦିଷ୍ଟ ମିଷ୍ଟାନ୍ନର ତାଲିକା ସବୁ ପ୍ର୍ରସ୍ତୁତ ହେଲାଣି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଟୋବର ୨୭ ରେ ଭାରତବାସୀ ପାଳନ କରିବେ ଆଲୋକର ପର୍ବ ଦୀପାବଳୀ । ପ୍ରତିଘରେ ଘରସଜ୍ଜାକୁ ନେଇ ଯେତେ ତତ୍ପରତା ବଢିଛି ତା’ଠାରୁ ଅଧିକ ତତ୍ପର ଦେଖାଉଛନ୍ତି କୁମ୍ଭାର । ଦ୍ରୁତଗତିରେ ଚାଲୁଛି ଚକ ଏବଂ ହାତ । ଭଳି ଭଳିକା ଦୀପ ... ଛୋଟରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ବିଭିନ୍ନ ଷ୍ଟାଇଲର ଦୀପ ଗଢୁଛନ୍ତି କୁମ୍ଭାର ପରିବାର । ଏଥିମଧ୍ୟରେ ସୋମବାର ଟ୍ୱିଟରରେ ଏକ ହ୍ୟାସ୍ ଟାଗ୍ ଟ୍ରେଣ୍ଡ ହେବା ନଜର ଆସିଥିଲା #PottersKiDiwali।
Diwali is Approching and we need to ensure every human out there is smiling this Diwali. Please buy stuff from such sellers, they'll be selling to buy a box of sweets and a new dress for their little girl this Diwali.
Let's make a #HappyDiwali for Everyone ✨ #PottersKiDiwali 💖 pic.twitter.com/Sp479EVcaz
— Sujay Raj (@Sujay__Raj) October 21, 2019
Dear friends,
Diwali is around. Buy diyas from people who wait for this festival whole year.
Don't disappoint them. This diwali #GoLocal#PottersKiDiwalipic.twitter.com/HzZoNTXg9D
— Utkarsh Goel (@Baaba_Goel) October 21, 2019
ଆମେ ଦୀପାବଳିକୁ ଅପେକ୍ଷା କରୁ ଆଉ ସେମାନେ ଆମ ପାଇଁ ...
ଗତ କିଛି ବର୍ଷ ମଧ୍ୟରେ ଦୀପାବଳୀ ସମୟରେ ପାରମ୍ପରିକ ମାଟିର ଦୀପ ବଦଳରେ ଚାଇନିଜ୍ ବଲବ୍ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି । ଅନ୍ୟପଟେ ବର୍ଷେ ଅପେକ୍ଷା କରିବା ପରେ ମଧ୍ୟ ଆମ ଦେଶର କୁମ୍ଭାର ପରିବାର ପ୍ରତିଭା ଥିବା ପରେ ମଧ୍ୟ ରୋଜଗାର ନ ହେବା କାରଣରୁ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତିି । କଞ୍ଚାମାଲ୍ ର ଦାମ୍ ତ ବଢିଯାଉଛି କିନ୍ତୁ ଆଖିଦୃଶିଆ ରୋଜଗାର ହୋଇପାରୁନି । ଘୋଡା ୬ ଟଙ୍କାକୁ ଦାନା ୯ ଟଙ୍କା ଭଳି ଏବେ କୁମ୍ଭାର ପରିବାରର ଜୀବନ ହୋଇଯାଇଛି । ଘରେ ଘରେ ମାଟିର ଦୀପ ବଦଳରେ ପ୍ଲାଷ୍ଟିକ , ସୀସା ଏବଂ ଆଲୁମିନିୟମ୍ ର ଦୀପ ବ୍ୟବହାର କରାଯାଉଛି ।
Say no to Chinese diyas #PottersKiDiwalipic.twitter.com/xQEchcfQRw
— Rahul (@Rahul62553082) October 21, 2019
ବର୍ତ୍ତମାନ #PottersKiDiwali ଜରିଆରେ ଲୋକଙ୍କୁ ମାଟିର ଦୀପ କିଣିବା ପାଇଁ କୁହାଯାଉଛି । ସ୍ଥାନୀୟ କୁମ୍ଭାରଙ୍କ ଠାରୁ ଦୀପ କିଣିବା ପାଇଁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି ୟୁଜର୍ସ । ଦୀପାବଳୀରେ ଚାଇନା ଲାଇଟ୍ ନ କିଣି ମାଟିରେ ପ୍ରସ୍ତୁତ ଦୀପ କିଣିବାକୁ ୟୁଜର୍ସ ପରାମର୍ଶ ଦେଉଛନ୍ତି । ସାମାନ୍ୟ ମାଟିରେ ପ୍ରସ୍ତୁତ ଦୀପଟିଏ କିଣି ଗ୍ରାହକ ୩ ଜଣଙ୍କୁ ଖୁସି ଦେଇପାରିବା କଥା କହିଛନ୍ତି । ପ୍ରଥମେ ହେଲା ପରିବେଶ,ଦ୍ୱିତୀୟରେ ଗରିବ କୁମ୍ଭାରଙ୍କ ମୁହଁରେ ଖୁସି , ତୃତୀୟରେ ଆତ୍ମତୃପ୍ତି । କେବଳ ନିଜ ପାଇଁ ନୁହଁ ଅତିଥି ମାନଙ୍କୁ ବି ଏହି ଦୀପ ଉପହାରରେ ଦିଅନ୍ତୁ । ଯଥାସମ୍ଭବ ଗରିବ କୁମ୍ଭାରଙ୍କ ଠାରୁ ମୁଲଚାଲ କରନ୍ତୁ ନାହିଁ । ଏହି ଦୀପାବଳୀରେ ପରିବାର , ବନ୍ଧୁବାନ୍ଧବଙ୍କ ସହ ଗରିବ କୁମ୍ଭାରଙ୍କ ମୁହଁରେ ମଧ୍ୟ ହସ ଫୁଟାନ୍ତୁ ।
This Diwali Help our Potters... #potterskidiwalipic.twitter.com/cNsEl1c15Y
— Sunil 🔥🔥 (@suniel2409) October 21, 2019