କନକ ବ୍ୟୁରୋ: କମୁଛି ଚାହିଦା । ବୁଡିବାକୁ ବସିଲାଣି କୁମ୍ଭାର ଘର କୌଳିକ ବୃତ୍ତି, ଆଉ ପେଟ ଚାଖଣ୍ଡକ ପାଇଁ ଦାଦନ ଖଟିବାକୁ ବାହାରିଲେଣି ି କୁମ୍ଭକାର ପରିବାର । ଦିନକୁ ଦିନ ପ୍ଳାଷ୍ଟିକ ଓ ଚାଇନା ଜିନିଷର ଚାହିଦା ବଢିବାରେ ଲାଗିଛି । ଯାହାଫଳରେ ମାଟି ତିଆରି ସାମଗ୍ରୀ ଯେମିତିିିକି ଏହି ଦୀପ ଆଦିର ଚାହିଦା କମୁଛି । କମ୍ ମୂଲ୍ୟରେ ଚାଇନା ଜିନିଷ କିଣିବାକୁ ଲୋକେ ପସନ୍ଦ କରୁଛନ୍ତି । ବଜାରରେ ମାଟି ଜିନିଷର ଚାହିଦା କମୁଛି । ପରିଶ୍ରମ ଅନୁସାରେ ପାରିଶ୍ରମିକ ବି ମିଳିପାରୁନି । ଗଂଜାମ ଖଲ୍ଲିକୋଟ ଡିମିରିଆ ଗାଁର ପ୍ରାୟ ୮୦ ପରିବାର ମାଟି ତିଆରି ଜିନିଷ କରି ପରିବାର ପୋଷ କରୁଛନ୍ତି । ମାଟିରେ ଦୀପରୁ ନେଇ କୁମ୍ଭ , ଘର ସଜାଇବା ସାମଗ୍ରୀ , ପର୍ବ ପର୍ବାଣୀରେ ମଧ୍ୟ ବିଭିନ୍ନ ସାମଗ୍ରୀ ତିଆରି କରିଥାନ୍ତି । ହେଲେ ସେଥିରୁ ଦୁଇ ପଇସା ଲାଭ ବି ମିଳିପାରୁନି । ଚଳିତଥର ଦୀପାବଳିରେ ମଧ୍ୟ ସମାନ ସ୍ଥିିତି । ଆଗଭଳି ଆଉ ଦୀପ ବିକ୍ରିି ହୋଇପାରୁନି କି ଦୁଇ ପଇସା ଲାଭ ମିଳୁନି । ଯାହାକୁ ନେଇ ବାଧ୍ୟ ହୋଇ ଏହି କୁମ୍ଭକାର ପରିବାର ଦାଦନ ମୁହାଁ ହୋଇଛନ୍ତି । ସେପଟେ ଏହି କୁମ୍ଭକାର ପରିବାର ପାଇଁ ବଜାର ବ୍ୟବସ୍ଥା ସହ ଉଚିତ ମୂଲ୍ୟ ଧାର୍ଯ୍ୟ କରାଯାଇପାରିଲେ ସେମାନେ ନିଜର କୌଳିକ ବୃତ୍ତିକୁ ବଞ୍ଚାଇପାରିବେ ବୋଲି କହିଛନ୍ତି ।
ବୁଡିବାକୁ ବସିଲାଣି କୌଳିକ ବୃତ୍ତି । ପ୍ଳାଷ୍ଟିକ ଓ ଚାଇନା ଜିନିଷ ଚାହିଦା ଯୋଗୁ କ୍ଷତିରେ କୁମ୍ଭକାର ।
/kanak/media/post_attachments/wp-content/uploads/2022/10/13-12.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)