ଚିନ୍ତାରେ କୁମ୍ଭକାର: ମାଟିରୁ ବିଭିନ୍ନ ସାମଗ୍ରୀ ତିଆରି କରି ପରିବାର ଚଳାନ୍ତି, କୋଭିଡ ସ୍ଥିିତି ଯୋଗୁଁ ବେପାର ମାନ୍ଦା

44

କନକ ବ୍ୟୁରୋ: ଆସୁଛି ଆଲୋକର ପର୍ବ ଦିପାବଳୀ,ସେଥିପାଇଁ ଚଳଚଞ୍ଚଳ ହୋଇ ଉଠିଲାଣି କୁମ୍ଭାର ସାହି । ପିଲାଠାରୁ ବୁଢା ପର୍ଯ୍ୟନ୍ତ ଦ୍ୱୀପ ତିଆରି କାର୍ଯ୍ୟ ପାଇଁ ଦିନରାତି ଏକ କରି ଦେଇଛନ୍ତି,ହାତରେ ଚକ ବୁଲାଇ ଗଢି ଚାଲିଛନ୍ତି ଭଳିକିଭଳି ଆକର୍ଷଣିୟ ମାଟି ସାମଗ୍ରୀ । କୁମ୍ଭାର ମାନଙ୍କ କଳା କୌଶଳ ଓ କଠିନ ପରିଶ୍ରମ ଦ୍ୱାରା ଗାଁ ଠାରୁ ସହର ପର୍ଯ୍ୟନ୍ତ ଆଲୋକିତ ହୋଇଥାଏ । ତେବେ ଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ପ୍ରଭାବିତ ହୋଇଛି ।

ଅଧିକାଶଂ ଲୋକଙ୍କ ଜୀବନ ଜୀବିକା, ଆଉ ଏହାଦ୍ୱାରା ରୋଜଗାର ହରାଇ ବସିଛନ୍ତି କୁମ୍ଭକାର ପରିବାର । ଗୋଟିଏ ପଟେ ମାଟି ଓ ଜାଳେଣି କାଠର ଅଭାବ ଥିବା ବେଳେ ଅନ୍ୟ ପଟେ ପ୍ଲାଷ୍ଟିକ ଏବଂ ଚାଇନା ସାମଗ୍ରିର ବଜାର ପ୍ରବେଶ ଯୋଗୁଁ ମାଟି ସାମଗ୍ରୀର ଚାହିଦା ଧିରେ ଧିରେ କମିବାରେ ଲାଗିଛି । ଏଭଳି ସ୍ଥିତିରେ ପରିବାର ପ୍ରତି ପୋଷଣ ଏବଂ କୁଳ ବେଉଷାକୁ କେମିତି ବଞ୍ଚାଇ ରଖିବେ ସେହି ଚିନ୍ତାରେ କୁମ୍ବକାର ପରିବାର ।

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଇନ୍ଦିପଡା ଗ୍ରାମରେ ବସବାସ କରୁଛନ୍ତି ୧୦୦ରୁ ଅଧିକ କୁମ୍ଭକାର ପରିବାର । ମାଟିରେ ହାଣ୍ଡି,ମାଠିଆ, ସରା,ଠେକି,ଦ୍ୱୀପ,କଣ୍ଢେଇ,ଇଚ୍ଛ୍ୟାଦି ବିଭିନ୍ନ ପ୍ରକାର ଘରୋଇ ଉପକରଣ ସାମଗ୍ରୀ ତିଆରି ପରିବାର ପ୍ରତିପୋଷଣ କରନ୍ତି ଏମାନେ । ତେବେ ବଜାରରେ ପ୍ଲାଷ୍ଟିକ ଓ ଚାଇନା ଜିନିଷର ପ୍ରବେଶ ଯୋଗୁଁ ଏବେ ମାଟରେ ନିର୍ମିତ ସାମଗ୍ରୀର ଚାହିଦା ଏକ ପ୍ରକାର କମି ଯାଇଥିବା ବେଳେ କୋଭିଡ ସ୍ଥିତି ଏମାନଙ୍କ ଦୁଖ ବଢ଼ାଇ ଦେଇଛି ।

ଘରର ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ମାଟି ତିଆରି ସାମଗ୍ରୀ ଆବଶ୍ୟକ ହୋଇଥାଏ । ଏହାସହ ଯାନିଯାତ୍ରାରେ ଏମାନଙ୍କ ତିଆରି ମାଟି ସମାଗ୍ରୀ ବିକ୍ରି ହୋଇଥାଏ । ହେଲେ କୋଭିଡ ସ୍ଥିତି ସବୁକିଛି ବିଗାଡ଼ିଦେଇଛି । ସମାଗ୍ରୀ ପ୍ରସ୍ତୁତ ହୋଇ ରହିଛି, ହେଲେ ବିକ୍ରି ହୋଇପାରୁନି । ଫଳରେ ପେଟପାଟଣା ଚିନ୍ତାରେ ଏହି ସବୁ କୁମ୍ଭକାର ପରିବାର । ତେବେ ସରକାର ଏମାନଙ୍କ ସାମଗ୍ରୀର ବିକ୍ରି ପାଇଁ ବ୍ୟବସ୍ଥା କରିବାକୁ ଦାବି ହୋଇଛି ।