କନକ ବ୍ୟୁରୋ: ପଟାଙ୍ଗୀରେ ପରାକ୍ରମ ଦେଖାଇବ କିଏ? କଂଗ୍ରେସର ପୁରୁଣା ଯୋଦ୍ଧାଙ୍କ ସହ ସାମ୍ନାସାମ୍ନି ହୋଇଛନ୍ତି ବିଜେପି-ବିଜେଡିର ନୂଆ ଯୋଦ୍ଧା । ୨୦୦୦ ପରଠାରୁ ବିଜେଡି ୩ ଥର ବିଜୟୀ ହୋଇଥିବା ବେଳେ କଂଗ୍ରେସ ମାତ୍ର ଥରେ ଉଡାଇଛି ବିଜୟ ବାନା । ଏଯାଏଁ ବିଜୟର ସ୍ୱାଦ ଚାଖି ପାରିନି ବିଜେପି । ତେବେ ଆଜି ରାଜ୍ୟର ୪ଟି ସଂସଦୀୟ କ୍ଷେତ୍ର ସହ ୨୮ଟି ବିଧାନସଭା ଆସନରେ ନିଜର ନେତା ବାଛିବା ପାଇଁ ଭୋଟ୍ ଦେଇଛନ୍ତି ଭୋଟର । ତେବେ କୋରାପୁଟ ସଂସଦୀୟ କ୍ଷେତ୍ର ଅଧିନରେ ଆସୁଥିବା ପଟ୍ଟାଙ୍ଗୀକୁ କିଏ ଦଖଲ କରିବ ମତଦାନ ସହିତ ଚାଲିଛି ଅଙ୍କ କଷାକଷି ।

Advertisment

୨୦୧୯ର ଲଢେଇ

- ବିଜେଡି: ପ୍ରୀତମ ପାଢୀ

- କଂଗ୍ରେସ: ରାମଚନ୍ଦ୍ର କାଡାମ

- ବିଜେପି: ରାମଚନ୍ଦ୍ର ପାଙ୍ଗୀ

୨୦୧୯-ବିଜେଡି: ପ୍ରୀତମ ପାଢୀ

- କଂଗ୍ରେସରୁ ବିଜେଡିରେ ସାମିଲ ହୋଇଛନ୍ତି

- ପରଜା ସଂପ୍ରଦାୟର ନେତା

୨୦୧୯-କଂଗ୍ରେସ: ରାମଚନ୍ଦ୍ର କାଡାମ

- ୧୯୯୫ ଏବଂ ୨୦୦୯ରେ ବିଧାୟକ ଥିଲେ

- ୨୦୧୪ରେ ହାରିଥିଲେ

- ଚତୁର୍ଥଥର ପାଇଁ ପ୍ରାର୍ଥୀ କରିଛି କଂଗ୍ରେସ

୨୦୧୯-ବିଜେପି: ରାମଚନ୍ଦ୍ର ପାଙ୍ଗୀ 

- ଅବସରପ୍ରାପ୍ତ ଶିକ୍ଷକ

- ରାଜନୀତିରେ ଅଭିଜ୍ଞତା ନାହିଁ

- ପ୍ରଥମଥର ନିର୍ବାଚନ ଲଢୁଛନ୍ତି

ମୈଦାନରେ ମହିଳା ପ୍ରାର୍ଥୀ

- ମହିଳା ପ୍ରାର୍ଥୀ ନାହାଁନ୍ତି

publive-imageନିର୍ବାଚନ ମଣ୍ଡଳୀ ତଥ୍ୟ

- ଦାମନଯୋଡି, ପଟ୍ଟାଙ୍ଗୀ, ନନ୍ଦପୁର, ସେମିଳିଗୁଡା ଏବଂ କୋରାପୁଟ ବ୍ଳକ୍ର ୩ଟି ପଂଚାୟତକୁ ନେଇ ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀ ଗଠିତ ।

ମୁହାଁମୁହିଁ ପ୍ରାର୍ଥୀ

- ବିଜେଡି ପ୍ରାର୍ଥୀ ପ୍ରିତମ ପାଢୀ କଂଗ୍ରେସରୁ ଆସି ବିଜେଡି ଟିକେଟ୍ ପାଇଛନ୍ତି

- ପ୍ରୀତମଙ୍କ ହାତରେ ପରଜା ସଂପ୍ରଦାୟର ବଡ ଭୋଟ୍ ବ୍ୟାଙ୍କ ରହିଛି

- କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର କାଡାମ ଦୁଇଥର ବିଧାୟକ

- ଚତୁର୍ଥଥର ପାଇଁ ବିଧାନସଭା ନିର୍ବାଚନ ଲଢୁଛନ୍ତି ରାମଚନ୍ଦ୍ର କାଡାମ

- ବିଜେପି ପ୍ରାର୍ଥୀ ରାମଚନ୍ଦ୍ର ପାଙ୍ଗୀ ଜଣେ ଅବସରପ୍ରାପ୍ତ ଶିକ୍ଷକ

ପଟ୍ଟାଙ୍ଗୀ ବିଧାନସଭା ଆସନ

- ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ

- ବିଜେଡିରୁ ୩ଥର ଜୟରାମ ପାଙ୍ଗୀ ବିଧାୟକ ଥିଲେ

- କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର କାଡାମ ୨ଥର ବିଧାୟକ ଥିଲେ

୨୦୧୪ର ଲଢେଇ

- ମୈଦାନରେ ଥିଲେ ମୋଟ ୮ ପ୍ରାର୍ଥୀ

- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୩ ହଜାର ୧୩୦

- ମତ ଦେଇଥିଲେ – ୧ ଲକ୍ଷ ୨୨ ହଜାର ୯୨୮

- ଭୋଟଦାନ ହାର – ୭୧.୦୦%

୨୦୧୪ର ଫଳାଫଳ

ପ୍ରାର୍ଥୀ                           ଦଳ            ଭୋଟ        ପ୍ରତିଶତ           ଫଳାଫଳ

ପ୍ରଫୁଲ ପାଙ୍ଗୀ                ବିଜେଡି        ୪୬୮୩୯     ୩୮.୧୦%       ବିଜୟୀ

ରାମ ଚନ୍ଦ୍ର କାଡ଼ାମ           କଂଗ୍ରେସ       ୩୬୦୭୫     ୨୯.୩୫%      ପରାସ୍ତ

କୃଷ୍ଣ ଚନ୍ଦ୍ର ଜାନି                ବିଜେପି        ୯୪୦୧         ୭.୬୫%        ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ - ପ୍ରଫୁଲ ପାଙ୍ଗୀ

ଦଳ - ବିଜେଡି

ଭୋଟ -  ୪୬୮୩୯

ପ୍ରତିଶତ - ୩୮.୧୦%

ଫଳାଫଳ - ବିଜୟୀ

ବିଜେପିର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ - କୃଷ୍ଣ ଚନ୍ଦ୍ର ଜାନି

ଦଳ - ବିଜେପି

ଭୋଟ - ୯୪୦୧

ପ୍ରତିଶତ - ୭.୬୫%

ଫଳାଫଳ - ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ - ରାମ ଚନ୍ଦ୍ର କାଡ଼ାମ

ଦଳ - କଂଗ୍ରେସ

ଭୋଟ - ୩୬୦୭୫

ପ୍ରତିଶତ - ୨୯.୩୫%

ଫଳାଫଳ - ପରାସ୍ତ

କିଏ ମାରିଥିଲା ବାଜି ?

- ବିଜେଡିର ପ୍ରଫୁଲ୍ଲ ପାଙ୍ଗୀ ଜିତିଥିଲେ

- ୪୬ ହଜାର ୮୩୯ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ

- କଂଗ୍ରେସ ପ୍ରାର୍ଥୀ ରାମ ଚନ୍ଦ୍ର କାଡ଼ାମଙ୍କୁ ପରାସ୍ତ କରିଥିଲେ

- ୧୦ ହଜାର ୭୬୪ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ

- ବିଜେପି ପ୍ରାର୍ଥୀଙ୍କ ସମେତ ୬ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ର ଲଢେଇ

- ମୈଦାନରେ ଥିଲେ ମୋଟ ୮ ପ୍ରାର୍ଥୀ

- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୭୮ ହଜାର ୬୮୦

- ମତ ଦେଇଥିଲେ – ୧ ଲକ୍ଷ ୭ ହଜାର ୯୩୪

- ଭୋଟଦାନ ହାର – ୬୦.୯୧%

୨୦୦୯ର ଫଳାଫଳ

ପ୍ରାର୍ଥୀ                   ଦଳ          ଭୋଟ           ପ୍ରତିଶତ          ଫଳାଫଳ

ପ୍ରଫୁଲ ପାଙ୍ଗୀ        ବିଜେଡି       ୩୬୦୧୫       ୩୬.୧୪%       ପରାସ୍ତ

ରାମ ଚନ୍ଦ୍ର କାଡ଼ାମ   କଂଗ୍ରେସ      ୪୧୪୫୧        ୪୧.୬୦%        ବିଜୟୀ

ଧନପତି ଇଡ଼ିଂ        ବିଜେପି        ୯୨୫୭         ୯.୨୯%          ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ - ପ୍ରଫୁଲ ପାଙ୍ଗୀ

ଦଳ - ବିଜେଡି

ଭୋଟ -  ୩୬୦୧୫

ପ୍ରତିଶତ - ୩୬.୧୪%

ଫଳାଫଳ - ପରାସ୍ତ

ବିଜେପିର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ - ଧନପତି ଇଡ଼ିଂ

ଦଳ - ବିଜେପି

ଭୋଟ - ୯୨୫୭

ପ୍ରତିଶତ - ୯.୨୯%

ଫଳାଫଳ - ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ - ରାମ ଚନ୍ଦ୍ର କାଡ଼ାମ

ଦଳ - କଂଗ୍ରେସ

ଭୋଟ - ୪୧୪୫୧

ପ୍ରତିଶତ - ୪୧.୬୦%

ଫଳାଫଳ - ବିଜୟୀ

କିଏ ମାରିଥିଲା ବାଜି?

- କଂଗ୍ରେସର ରାମ ଚନ୍ଦ୍ର କାଡାମ ବିଜୟୀ ହୋଇଥିଲେ

- ୪୧ ହଜାର ୪୫୧ ଖଣ୍ଡ ଭୋଟ ପାଇଥିଲେ କଂଗ୍ରେସ ପ୍ରାର୍ଥୀ

- ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗୀଙ୍କୁ ପରାସ୍ତ କରିଥିଲେ

- ୫ ହଜାର ୪୩୬ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଥିଲେ କଂଗ୍ରେସ ପ୍ରାର୍ଥୀ

- ବିଜେପି ସମେତ ୬ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ ବନାମ ୨୦୧୪

- ୨୦୧୪ରେ ବିଜେପି ପ୍ରାର୍ଥୀ ବଦଳାଇଥିଲା

- ଧନପତି ଇଡିଂଙ୍କ ସ୍ଥାନରେ କୃଷ୍ଣ ଚନ୍ଦ୍ର ଜାନୀଙ୍କୁ ପ୍ରାର୍ଥୀ କରିଥିଲା ବିଜେପି