କନକ ବ୍ୟୁରୋ: ବଦଳିବ ରାଜ୍ୟର ଚିତ୍ର । ସୃଷ୍ଟି ହେବ ସମ୍ଭାବ୍ୟ ୧୯ ହଜାରରୁ ଅଧିକ ନିଯୁକ୍ତି । ରାଜ୍ୟରେ ୫୯୯୨.୯୨ ଟଙ୍କା ଖର୍ଚ୍ଚରେ ହେବ ୨୬ଟି ପ୍ରକଳ୍ପ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ଏହି ନିଷ୍ପତି ହୋଇଛି । ୧୪ ଟି ଜିଲ୍ଲାରେ ଏହା ପ୍ରତିଷ୍ଠା ହେବ । ରାସାୟନିକ ପଦାର୍ଥ, ବୟନଶିଳ୍ପ, ଉତ୍ପାଦନ, ପ୍ୟାକେଜିଂ , ଖାଦ୍ୟ ପ୍ରକ୍ରିୟାକରଣ , ଆଇଟି, ଭିତ୍ତିଭୂମି ଓ ପର୍ଯ୍ୟଟନ କ୍ଷେତ୍ରରେ ଏହା ଖର୍ଚ୍ଚ ହେବ । ଏହି ନିବେଶ ଦ୍ୱାରା ୧୯ ହଜାର ୩୬୪ ସମ୍ଭାବ୍ୟ ନିଯୁକ୍ତି ସୃଷ୍ଟି ହେବ । ମୟୁରଭଂଜ, ସୁନ୍ଦରଗଡ, ଗଂଜାମ, ଜଗତସିଂହପୁର, ବାଲେଶ୍ବର, କଟକ, ଭଦ୍ରକ, ପୁରୀ, ବୌଦ୍ଧ, କୋରାପୁଟ, ଝାରୁସୁଗୁଡା, ଜଗତସିଂହପୁର, ଖୋର୍ଦ୍ଧାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ।