କନକବ୍ୟୁରୋ : ପରିବା ବୋଝେଇ ଟ୍ରକରେ ଆସୁଛି ଆଳୁ। ପଶ୍ଚିମବଙ୍ଗରୁ ଆସୁଥିବା ପରିବା ବୋଝେଇ ଟ୍ରକରେ ଲୁଚେଇକି ଆଳୁ ଆଣୁଛନ୍ତି ବ୍ୟବସାୟୀ। ପଶ୍ଚିମବଙ୍ଗରୁ ଓଡିଶାକୁ ଆସୁଥିବା ଆଳୁ ବୋଝେଇ ଟ୍ରକ ଉପରେ କଟକଣା ଲାଗିଥିବାରୁ ପରିବା ବସ୍ତା ତଳେ ଆଳୁ ଆଣୁଛନ୍ତି ବ୍ୟବସାୟୀ। ଅନ୍ୟପଟେ ଭୁବନେଶ୍ୱର ବଜାରରେ ଆଳୁର ଅଭାବ ଦେଖାଦେଉଥିବାରୁ ଚଢା ଦରରେ ଆଳୁ ବିକ୍ରି କରିବା ଆରମ୍ଭ କରିଦେଲେଣି ଆଳୁ ବ୍ୟବସାୟୀ। ଭୁବନେଶ୍ୱର ୧ ନମ୍ବର ହାଟରେ ଆଳୁ କିଲୋ ପିଛା ୫୦ରୁ ୬୦ ଟଙ୍କା ବିକ୍ରି କରୁଛନ୍ତି।