କନକ ବ୍ୟୁରୋ : ରାଜ୍ୟରେ ଏବେ ଦେଖାଦେଇଛି ଆଳୁ ସଙ୍କଟ। ଖାଇବାରେ ପ୍ରତିଦିନ ବ୍ୟବହାର ହେଉଥିବା ଆଳୁ ଦର ଏବେ କିଲୋ ପ୍ରତି ୬୦ଟଙ୍କା ଉପରେ ରହିଛି । କଟକ ଜିଲ୍ଲା ନିଆଳି ସାପ୍ତାହିକ ହାଟରେ ଥିବା ଆଳୁ ଗୋଦାମ ଏବେ ଖାଲି ପଡ଼ିଛି। ନିଆଳି ହାଟରୁ ଆଳୁ ଯେମିତି ଉଭାନ ହୋଇଯାଇଛି। ଯେଉଁ କେତେ ଜଣ ବ୍ୟବସାୟୀ ପାଖରେ ଆଳୁ ରଖି ବିକ୍ରୀ କରୁଛନ୍ତି। ସେ ସବୁ ଆଳୁ ପଚି ସଢ଼ି ଯାଇଛି। ଏବେ ନିଆଳି ବଜାରରେ ଆଳୁ ଉଭାନ୍ ହୋଇଯାଇଥିବା ବେଳେ ପନିପରିବା ଦର ବି ବଢ଼ିଚାଲିଛି। କୌଣସି ପରିବା ୫୦ ଟଙ୍କା ତଳକୁ ନାହିଁ। ବାଇଗଣ କିଲୋ ୭୦ ଟଙ୍କାରୁ ନେଇ ପୋଟଳ କିଲୋ ୫୦ ଟଙ୍କା , ଟମାଟୋ କିଲୋ ୪୦ ଟଙ୍କା, କାଙ୍କଣ କିଲୋ ୭୦ ଟଙ୍କା ରହିଛି । ସେପଟେ ସରକାର କହୁଛନ୍ତି ୟୁପିରୁ ଆଳୁ ଆସିବ ଆଉ କେତେବେଳେ ପଞ୍ଜାବରୁ ଆଳୁ ଆସିବ। ଗ୍ରାହକମାନେ ପଶ୍ଚିମବଙ୍ଗରୁ ଆଳୁ ଆଣିବା ପାଇଁ ଦାବି କରୁଛନ୍ତି।

Advertisment