କନକ ବ୍ୟୁରୋ: ଆଳୁ ସଙ୍କଟ ଭିତରେ ଖାଉଟିଙ୍କ ପାଇଁ ଖୁସି ଖବର । ୫୦ ନୁହେଁ ହିଁ ୬୦ ନୁହେଁ- ମାତ୍ର ୨୦ ଟଙ୍କାରେ ମିଳୁଛି ଆଳୁ । ଭୁବନେଶ୍ୱରରେ ଆଳୁ କିଲୋ ୨୦ ଟଙ୍କାରେ ବିକି ପ୍ରତିବାଦ । ତେବେ ଆଳୁ ଦର ବୃଦ୍ଧିକୁ ବିରୋଧ କରି ସରକାରଙ୍କୁ ସମାଲୋଚନା କରିବାକୁ ଏଭଳି ପନ୍ଥା ଆପଣାଇଛନ୍ତି ଯୁବଛାତ୍ର ସଂଗଠନ ।
ରାଜଭବନ ପାଖରେ ଥିବା ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ଘର ପାଖରେ ଭୁବନେଶ୍ୱର ଯୁବଛାତ୍ର ସଂଗଠନ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି। ରାଜ୍ୟ ଆଳୁ ସଙ୍କଟକୁ ବିରୋଧ କରି ବିଜେପି ସରକାରକୁ ସିଧାସଳଖ ଟାର୍ଗେଟ କରିଛି ଯୁବଛାତ୍ର ସଂଗଠନ। ଆଳୁ କିଲୋ ପିଛା ୨୦ ଟଙ୍କାରେ ବିକ୍ରି କରି ଏଭଳି ପ୍ରତିବାଦ କରାଯାଉଥିବା ବେଳେ ଶସ୍ତାରେ ଆଳୁ ବିକ୍ରି ହେଉଥିବା ଦେଖି ଲୋକମାନେ ନେବାକୁ ଭିଡ଼ ଲଗାଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/24-7.jpg)
/kanak/media/post_attachments/wp-content/uploads/2024/08/22-5-1024x576.jpg)