ଚିନ୍ତା ବଢାଉଛି ଆଳୁ ଦର : ଅଧିକ ଆଳୁ ରଖିଥିବା ମହଜୁଦକାରୀଙ୍କ ଉପରେ ଚଢାଉ ପାଇଁ ଯୋଗାଣ ବିଭାଗର ନିର୍ଦ୍ଦେଶ, ଦର ନିୟନ୍ତ୍ରଣ ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି

ଚିନ୍ତା ବଢାଉଛି ଆଳୁ ଦର : ଅଧିକ ଆଳୁ ରଖିଥିବା ମହଜୁଦକାରୀଙ୍କ ଉପରେ ଚଢାଉ ପାଇଁ ଯୋଗାଣ ବିଭାଗର ନିର୍ଦ୍ଦେଶ, ଦର ନିୟନ୍ତ୍ରଣ ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି

କନକ ବ୍ୟୁରୋ : ରାଜ୍ୟରେ ଆଳୁ ଦର ବୃଦ୍ଧି ପାଇଛି । ଦର ବୃଦ୍ଧି ପରେ ଖାଉଟିଙ୍କ ଚିନ୍ତା ବଢିଯାଇଛି । ଆଳୁ ଦର ନିୟନ୍ତ୍ରଣ ପାଇଁ ସବୁ ଜିଲ୍ଲାପାଳଙ୍କୁ ଯୋଗାଣ ବିଭାଗ ଚିଠି ଲେଖିଥିବା ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି । ଆଳୁ କଳାବଜାର ରୋକିବାକୁ ଚିଠି ଲେଖାଯାଇଛି । ଏପରିକି ଅଧିକ ଆଳୁ ରଖିଥିବା ମହଜୁଦକାରୀଙ୍କ ଉପରେ ଚଢାଉ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ ।

publive-image

କଟକରେ ହୋଲେସେଲ ବେପାରୀ ୫୦୦ କ୍ୱିଂଟାଲରୁ ଅଧିକ ଆଳୁ ରଖିପାରିବେନି । ସେହିପରି ଭୁବନେଶ୍ୱର, ବ୍ରହ୍ମପୁୀର, ସମ୍ବଲପୁର, ପୁରୀ, ରାଉରକେଲାରେ ବେପାରୀ ୩୦୦ କ୍ୱିଂଟାଲରୁ ଅଧିକ ଓ ଅନ୍ୟ ଅଂଚଳରେ ଦେଢ ଶହ କ୍ୱିଂଟାଲରୁ ଅଧିକ ଆଳୁ ରଖିପାରିବେନି । ଯଦି ଏହାର ଖିଲାପ କରାଯାଏ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe