କନକ ବ୍ୟୁରୋ : ରାଜ୍ୟରେ ଆଳୁ ଦର ବୃଦ୍ଧି ପାଇଛି । ଦର ବୃଦ୍ଧି ପରେ ଖାଉଟିଙ୍କ ଚିନ୍ତା ବଢିଯାଇଛି । ଆଳୁ ଦର ନିୟନ୍ତ୍ରଣ ପାଇଁ ସବୁ ଜିଲ୍ଲାପାଳଙ୍କୁ ଯୋଗାଣ ବିଭାଗ ଚିଠି ଲେଖିଥିବା ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି । ଆଳୁ କଳାବଜାର ରୋକିବାକୁ ଚିଠି ଲେଖାଯାଇଛି । ଏପରିକି ଅଧିକ ଆଳୁ ରଖିଥିବା ମହଜୁଦକାରୀଙ୍କ ଉପରେ ଚଢାଉ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ ।
କଟକରେ ହୋଲେସେଲ ବେପାରୀ ୫୦୦ କ୍ୱିଂଟାଲରୁ ଅଧିକ ଆଳୁ ରଖିପାରିବେନି । ସେହିପରି ଭୁବନେଶ୍ୱର, ବ୍ରହ୍ମପୁୀର, ସମ୍ବଲପୁର, ପୁରୀ, ରାଉରକେଲାରେ ବେପାରୀ ୩୦୦ କ୍ୱିଂଟାଲରୁ ଅଧିକ ଓ ଅନ୍ୟ ଅଂଚଳରେ ଦେଢ ଶହ କ୍ୱିଂଟାଲରୁ ଅଧିକ ଆଳୁ ରଖିପାରିବେନି । ଯଦି ଏହାର ଖିଲାପ କରାଯାଏ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/vlcsnap-2018-05-09-14h12m23s017.png)
/kanak/media/post_attachments/wp-content/uploads/2018/05/vlcsnap-2018-05-09-14h11m25s330-300x169.png)
/kanak/media/post_attachments/wp-content/uploads/2018/05/vlcsnap-2018-05-09-14h11m37s333-300x169.png)