ରୋଷେଇ ଘରୁ ଆଳୁ ଉଭାନ ; ବଜାରରେ କେଜି ଛୁଇଁଲା ୬୦ରୁ ୭୦ଟଙ୍କା, ସନ୍ଧ୍ୟା ସୁଦ୍ଧା ସମସ୍ୟାର ସମାଧାନ କରିବାକୁ କହିଲେ ଯୋଗାଣ ମନ୍ତ୍ରୀ

ରୋଷେଇ ଘରୁ ଆଳୁ ଉଭାନ ; ବଜାରରେ କେଜି ଛୁଇଁଲା ୬୦ରୁ ୭୦ଟଙ୍କା, ସନ୍ଧ୍ୟା ସୁଦ୍ଧା ସମସ୍ୟାର ସମାଧାନ କରିବାକୁ କହିଲେ ଯୋଗାଣ ମନ୍ତ୍ରୀ

କନକ ବ୍ୟୁରୋ: ଓଡ଼ିଶା ବଜାରରେ ପୁଣି ଆଳୁ ଅଭାବ। ପୁଣି ଆଳୁ ପାଇଁ ପଡିଛି ଚିନ୍ତା ।କାରଣ ୬୦ରୁ ୭୦ ଟଙ୍କାରେ ପହଞ୍ଚିଲାଣି ଆଳୁ ଦର। ଚଢ଼ା ଦରରେ ଆଳୁ ବିକ୍ରି ହେବା ଖାଉଟିଙ୍କ ପାଇଁ ଚିନ୍ତା ବଢ଼ାଇଦେଇଛି। ୨ରୁ ୩ ଦିନ ହେବ ଆଳୁ ଗାଡ଼ି ଆସି ନ ଥିବାରୁ ଦର ବଢ଼ି ଚାଲିଛି। ଯେଉଁ ବ୍ୟବସାୟୀଙ୍କ ପାଖରେ ଆଳୁ ରହିଛି ସେମାନେ ଚଢ଼ା ଦରରେ ବିକ୍ରି କରିବା ଆରମ୍ଭ କରିଛନ୍ତି।

ପଶ୍ଚିମବଙ୍ଗ ସରକାର ଆଳୁ ରପ୍ତାନି ନେଇ କଟକଣା ଜାରି କରିବା ପରେ ଓଡ଼ିଶା ବଜାରରେ ଆଳୁ ସଙ୍କଟ ଦେଖାଦେଇଛି। କଟକ ଛତ୍ରବଜାରକୁ ଆଳୁ ଗାଡ଼ି ଆସି ନଥିବା ବେଳେ ଭୁବନେଶ୍ବରର ଆଇଗିଣିଆ ଆଳୁ ଗୋଦାମ ଖାଲି ହୋଇଗଲାଣି। ଆଳୁ ସଙ୍କଟ ଦୂର କରିବା ପାଇଁ ରାଜ୍ୟ ସରକାର ଉତ୍ତରପ୍ରଦେଶରୁ ଆଳୁ ମଗାଉଛନ୍ତି। ହେଲେ ଉତ୍ତରପ୍ରଦେଶରୁ ଆସୁଥିବା ଆଳୁକୁ ନେଇ ବ୍ୟବସାୟୀମାନେ ଖୁସି ନୁହନ୍ତି। ପଶ୍ଚିମବଙ୍ଗ ଆଳୁ ତୁଳନାରେ ଦର ଅଧିକ ହେବା ସହ ଏହା ଶୀଘ୍ର ପଚି ଯାଉଥିବା ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe