କନକ ବ୍ୟୁରୋ : ଖୁଚୁରା ବଜାରରେ ଆଳୁର ଚଢାଦର ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି । ଏବେ ୧୮ରୁ ୨୦ ଟଙ୍କା ଦରରେ ବିକ୍ରି ହେଉଛି ଆଳୁ । ସନ୍ଦେହ କରାଯାଉଛି କିଛି ମୁନାଫା ଖୋର ବ୍ୟବସାୟୀ କଳାବଜାରୀ କରି ଆଳୁର ଦର ବଢାଉଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ ଏହି ଚଢାଦରକୁ ନିୟନ୍ତ୍ରଣ ବି କରାଯାଇ ପାରୁନାହିଁ । ସେପଟେ ଯୋଗାଣ ବିଭାଗ ଆରମ୍ଭ କରିଦେଇଛି ତନାଘନା । କଟକ ଛତ୍ରବଜାର ସମେତ ୫ଟି ଜିଲ୍ଳାରେ ଆଳୁ ଗୋଦାମରେ ଚଢାଉ କରିଛି ଯୋଗାଣ ବିଭାଗ । ଗୋଦାମରେ କେତେ ପରିମାଣର ଆଳୁ ମହଜୁଦ ଅଛି ସେନେଇ ଯାଂଚ କରିଛି ବିଭାଗ ।
ଆଳୁ କଳାବଜାରୀ ରୋକିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ଯୋଗାଣ ବିଭାଗ । ଏପରିକି ଅଧିକ ଆଳୁ ରଖିଥିବା ମହଜୁଦକାରୀଙ୍କ ଉପରେ ଚଢାଉ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର । କଟକରେ ହୋଲସେଲ ବେପାରୀ ୫୦୦ କ୍ୱିଂଟାଲ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ପୁରୀ, ରାଉରକେଲାରେ ବେପାରୀ ୩୫୦ କ୍ୱିଂଟାଲ ଓ ଅନ୍ୟ ଅଂଚଳରେ ଦେଢ ଶହ କ୍ୱିଂଟାଲରୁ ଅଧିକ ଆଳୁ ରଖିପାରିବେନି ବୋଲି ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାର ଖିଲାପୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/vlcsnap-2018-05-10-09h27m58s291.png)
/kanak/media/post_attachments/wp-content/uploads/2018/05/vlcsnap-2018-05-10-09h28m13s912-300x240.png)