୩୫ ଟଙ୍କାରେ ଲଟକା ଲଗାଇ ୪୫ ଟଙ୍କାରେ ଆଳୁ ବିକ୍ରି କରୁଛନ୍ତି ବ୍ୟବସାୟୀ । ମନ୍ତ୍ରୀଙ୍କ କଥାକୁ ଗୁରୁତ୍ୱ ଦେଲେନି ଅଫିସର, ଚଢାଉରେ ସୀମିତ ଯୋଗାଣ ବିଭାଗର କାର୍ଯ୍ୟାନୁଷ୍ଠାନ

Advertisment
୩୫ ଟଙ୍କାରେ ଲଟକା ଲଗାଇ ୪୫ ଟଙ୍କାରେ ଆଳୁ ବିକ୍ରି କରୁଛନ୍ତି ବ୍ୟବସାୟୀ । ମନ୍ତ୍ରୀଙ୍କ କଥାକୁ ଗୁରୁତ୍ୱ ଦେଲେନି ଅଫିସର, ଚଢାଉରେ ସୀମିତ ଯୋଗାଣ ବିଭାଗର କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ : ଆଳୁ ଦରକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବାବେଳେ, ଏ ହେଉଛି ଭୁବନେଶ୍ବରର ସବୁଠାରୁ ବଡ ପରିବା ବଜାର ଏକ ନମ୍ବର ମାର୍କେଟର ଚିତ୍ର। ପରିବା ଦୋକାନରେ ଲାଗିଥିବା ଲଟକାରେ ଆଳୁ କିଲୋ ପିଛା ଦାମ ୩୫ ଟଙ୍କା ରହିଛି।

ଲଟକାରେ ୩୫ ଟଙ୍କା ଲେଖାଯାଇଥିଲେ ବି, ବାସ୍ତବରେ ବ୍ୟବସାୟୀମାନେ କେତେ ଟଙ୍କାରେ ବିକ୍ରି କରୁଛନ୍ତି ତାର ରିଆଲିଟୀ ଚେକ୍ କରିବା ପାଇଁ ଆମ ଟିମ୍ ଗ୍ରାହକ ସାଜି ଆଳୁ କିଣିଥିଲେ। ଶୁଣନ୍ତୁ ଆଳୁ କିଲୋ ପିଛା କେତେ ଟଙ୍କାରେ କିଣିଥିଲେ ।

ଭୁବନେଶ୍ବର ଭଳି କଟକ ଛତ୍ରବଜାର, ବ୍ରହ୍ମପୁର ପରିବା ମାର୍କେଟ, ବାଲେଶ୍ବର ପରିବା ବଜାର, ସୁନ୍ଦରଗଡ, ନବରଂଗପୁର, ଚୌଦ୍ବାରରେ ଗ୍ରାଉଣ୍ଡଜିରୋରେ ରିଆଲିଟୀ ଚେକ୍ କରିଛି କନକ ନ୍ୟୁଜ୍ ଟିମ୍। ସବୁଠି ଆଳୁ କିଲୋପିଛା ଦାମ ୪୫ ଟଙ୍କା ରହିଛି।

ବଜାରର ରିଆଲିଟୀ ଚେକ୍ କରିବା ପରେ ଗୋଟିଏ କଥା ସ୍ପଟ ହୋଇଛି, ଦର ବୃଦ୍ଧି କଲେ କାର୍ୟ୍ୟାନୁଷ୍ଠାନ ହେବ ବୋଲି ସିନା ମନ୍ତ୍ରୀ କହିଦେଲେ, ହେଲେ ଅଫିସର ସେ କଥାକୁ ଗୁରୁତ୍ବ ଦେଲେନି। କାଁ ଭାଁ ଚଢ଼ାଉ କରି ଚୁପ୍ ହୋଇ ବସି ପଡିଲେ। ଯାହାଫଳରେ କଳାବଜାରୀ କରୁଥିବା ବ୍ୟବସାୟୀ ନିଜ ହିସାବସରେ ବଜାରକୁ ଆଳୁ ଛାଡିବା ସହ ଆଳୁ ସଂକଟର ପରିସ୍ଥିତି ସୃଷ୍ଟି କଲେ। ଆଉ ଦର ବଢ଼ି ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe