କନକ ବ୍ୟୁରୋ : ବଜାରରେ ଆଳୁ ଦର ଆକାଶ ଛୁଆଁ। ସରକାରଙ୍କ ହସ୍ତକ୍ଷେପ ପରେ ବି ଦରରେ ଲଗାମ ଲାଗୁନି। କେବେ ସ୍ବାଭାବିକ ହେବ ସ୍ଥିତି ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଖାଉଟି। ରାଜଧାନୀରେ ୬୦ ଟଙ୍କାରେ ବିକ୍ରି ହେଉଛି ଆଳୁ। ସେପଟେ କଟକରେ ଖୁଚୁରା ବଜାର ୬୦ଟଙ୍କାରେ ଆଳୁ ମିଳୁଥିବାବେଳେ, ଗୋଦାମରେ ୫୦ଟଙ୍କାରେ ବିକ୍ରି ହେଉଛି ଆଳୁ। ଆଳୁ ସଂକଟ କେବେ ଦୂର ହେବ ତାହାକୁ ଚିନ୍ତାରେ ଖାଉଟି। ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ଆଳୁ ଦର ଭିନ୍ନ ଭିନ୍ନ ରହିଛି। ବ୍ରହ୍ମପୁରରେ ୪୦ରୁ ୪୫ ଟଙ୍କାରେ ବିକ୍ରି ହେଉଛି। ସେହିପରି ସମ୍ୱଲପୁରରେ ୩୫ରୁ ୪୦ ଟଙ୍କାରେ ଆଳୁ ମିଳୁଛି। ସେହିପରି ବାଲେଶ୍ୱରରେ ୪୫ ଟଙ୍କାରେ ବିକ୍ରି ହେଉଛି ଆଳୁ। ସେପଟେ ରାଜ୍ୟରେ ଆଳୁ ସଙ୍କଟ ଭିତରେ ଆଜି କିଛି ପରିମାଣର ଆଳୁ ଆସିଥିବା ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା କହିଛନ୍ତି। ଉତ୍ତରପ୍ରଦେଶ ୪ଟି ଓ ପଶ୍ଚିମବଙ୍ଗରୁ ୧୦ଟି ଗାଡ଼ି ଆସିଛି। ତେବେ ଅନେକ ଗାଡ଼ି ଆସୁଛି ଆସନ୍ତାକାଲି ସୁଦ୍ଧା ପହଂଚିଯିବ। ପଶ୍ଚିମବଙ୍ଗରୁ ରାଞ୍ଚି ଦେଇ ଓଡ଼ିଶା ଆସୁଛି ଆଳୁ ଗାଡ଼ି।
ସେପଟେ ରାଜ୍ୟରେ ଲାଗି ରହିଥିବା ଆଳୁ ସଂକଟର ସମାଧାନ ପାଇଁ ଜଗନ୍ନାଥ। ମହାପ୍ରଭୁ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ଆଜି କୋଲକାତା ଯାଇଛନ୍ତି। ଓଡିଶାକୁ ଆଳୁ ପଠାଇବା ବାବଦରେ ସେ ଦିଦିଙ୍କ ସହ ଆଲୋଚାନ କରିବେ। ସେ କଥା ହେବା ପରେ ରାଜ୍ୟରେ ଉପୁଜିଥିବା ଆଳୁ ସମସ୍ୟାର ସମାଧାନ ହେବ ବୋଲି ଆଶା ରଖିଛନ୍ତି। ଦିଦିଙ୍କ ସହ ଜଗନ୍ନାଥ ସ୍ବାଇଁ ମହାପାତ୍ର ଓରଫ ଜଗୁନିଙ୍କର ସୁ-ସମ୍ପର୍କ ରହିଛି। ବିଭିନ୍ନ ସମୟରେ କୋଲକାତାରେ ଦିଦିଙ୍କ ଘରେ ପୂଜାର୍ଚ୍ଚନା କରିଥାନ୍ତି। ବିଶେଷ କରି କାଳିପୂଜା ଓ ଦୁର୍ଗାପୂଜା ସମୟରେ ଜଗନ୍ନାଥ ସ୍ବାଇଁ ମହାପାତ୍ର ମମତା ବାନାର୍ଜି ଘରେ ପୂଜାର୍ଚ୍ଚନା କରିଥାନ୍ତି। ତେଣୁ ତାଙ୍କ କଥା ଦିଦି ରଖିବେ ବୋଲି ସେ ଆଶା ରଖିଛନ୍ତି।