ଆପଣ ଜାଣନ୍ତି କି? କିଡନୀ ସମସ୍ୟା ଦୂର କରିବା ଲାଗି ଶରୀର ପାଇଁ ପଟାସିୟମଯୁକ୍ତ ଫଳ ନିହାତି ଆବଶ୍ୟକ ।

Advertisment
ଆପଣ ଜାଣନ୍ତି କି? କିଡନୀ ସମସ୍ୟା ଦୂର କରିବା ଲାଗି ଶରୀର ପାଇଁ ପଟାସିୟମଯୁକ୍ତ ଫଳ ନିହାତି ଆବଶ୍ୟକ ।

କନକ ବ୍ୟୁରୋ : ସାଧାରଣତଃ ଅନେକ ଫଳ ଖାଇବା ଦ୍ୱାରା ମୋଟାପା ଦୂରେଇ ଯାଇଥାଏ, ଅର୍ଥାତ ଫ୍ୟାଟ୍ ଫ୍ରି ଫ୍ରୁଟ୍ସ। କୋଲେଷ୍ଟ୍ରଲ୍ ବି କମ୍ ରହିଥାଏ। ଡାକ୍ତରମାନେ ପରାମର୍ଶ ଦିଅନ୍ତି କି ଦୈନିକ କିଛି କିଛି ଫଳ ଖାଇବା ଦ୍ୱାରା ହୃଦରୋଗ ଏବଂ ଷ୍ଟ୍ରୋକ୍ ଆଶଙ୍କା କମ୍ ହୋଇଥାଏ। ମାତ୍ର ଏହି ଆଶଙ୍କା ଦୂର କରିବାକୁ ଆପଣଙ୍କୁ ପଟାସିୟମଯୁକ୍ତ ଫଳ ଖାଇବାକୁ ହେବ। ଯେଉଁ ଫଳଗୁଡ଼ିକରେ ପଟାସିୟମ୍ ରହିଛି ତାହାକୁ ଖାଇଲେ କିଡନୀ ଷ୍ଟୋନ୍ ସମସ୍ୟା ବି କମ୍ ହୋଇଥାଏ।

publive-imageଆପଣ ନିଜର ଦୈନିକ ଡାଇଟରେ କିଛି ବି ଫଳ ସାମିଲ୍ କରନ୍ତୁ। ପାରୁଛନ୍ତି ଯଦି ଫଳ ପରିବର୍ତ୍ତନ କରନ୍ତୁ। ମାତ୍ର ସକାଳ ଖାଇବାରେ ଫଳ ସାମିଲ୍ କରିବାକୁ ଭୁଲନ୍ତୁ ନାହିଁ। ସକାଳ ଖାଇବାରେ କଦଳୀ ସାମିଲ୍ କଲେ ଖୁବ୍ ଭଲ। କଦଳୀରେ ପ୍ରଚୁର ପରିମାଣର ଆଇରନ୍ ରହିଛି। ଯାହାକି ଶରୀର ପାଇଁ ଖୁବ୍ ଭଲ ହୋଇଥାଏ।ସେଓ ଖାଇବା ବି ଖୁବ୍ ଭଳ ହୋଇଥାଏ। ମାତ୍ର ମନେ ରଖନ୍ତୁ ସେଓ କେବେ ଖାଲି ପେଟରେ ଖାଇବେ ନାହିଁ। କିଛି ଗୋଟେ ଖାଇ ସାରି ପେଟ ପୂରା କରି ସାରିବା ପରେ ଯାଇ ସେଓ ଖାଇଲେ ଭଲ। ଦୈନିକ ଗୋଟିଏ ସେଓ ଖାଇଲେ ଅନେକ ରୋଗ ଦୂରେଇ ଦେଇ ହେବ। ନଡ଼ିଆ ବି ଖୁବ୍ ଉପକାରୀ ଫଳ। ଏହାକୁ ଦୈନିକ ନଖାଇ ପାରିଲେ ବି ଅନ୍ତତଃ ସପ୍ତାହକୁ ଥରେ ନିଶ୍ଚୟ ଖାଆନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe