ଶରୀରରେ ପୋଟାସିୟମର ଅଭାବ ରହିଲେ କ’ଣ ହୁଏ ଜାଣିଛନ୍ତି କି ? ଯଦି ଜାଣିନାହାନ୍ତି ତେବେ ଏହି ରିପୋର୍ଟ ଉପରେ ନଜର ପକାନ୍ତୁ ।

Advertisment
ଶରୀରରେ ପୋଟାସିୟମର ଅଭାବ ରହିଲେ କ’ଣ ହୁଏ ଜାଣିଛନ୍ତି କି ? ଯଦି ଜାଣିନାହାନ୍ତି ତେବେ ଏହି ରିପୋର୍ଟ ଉପରେ ନଜର ପକାନ୍ତୁ ।

source : The Asian Parent

ଆମେ ପ୍ରତିଦିନ ଭିଟାମିନ୍, ପ୍ରୋଟିନ, କାର୍ବୋହାଇଡ୍ରେଟ୍ ଓ ଫାଇବରଯୁକ୍ତ ଖାଦ୍ୟ ଖାଉ। ଏହାଦ୍ୱାରା ଆମ ଶରୀରକୁ ସମ୍ପୂର୍ଣ୍ଣ ପୁଷ୍ଟି ମିଳିଯିବ ବୋଲି ଆମେ ଭାବିଥାଉ। କିନ୍ତୁ ଆମେ ଗୋଟିଏ ପ୍ରକାରର ଖାଦ୍ୟ ଖାଇବାକୁ ଭୁଲିଯାଉ। ତାହା ହେଲା ପୋଟାସିୟମ୍। ଶରୀରରେ ପୋଟାସିୟମ୍ କମିଗଲେ ମାଂସପେଶୀ ବା ନର୍ଭସ ସିଷ୍ଟମର କାର୍ୟ୍ୟ ପ୍ରଣାଳୀ ପ୍ରଭାବିତ ହୋଇଥାଏ। ଶରୀରରେ ଇଲେକ୍ଟ୍ରୋଲାଇଟ୍ ଓ ଏସିଡବେସକୁ ମଧ୍ୟ ସନ୍ତୁଳିତ କରିଥାଏ ପୋଟାସିୟମ୍ । ରକ୍ତଚାପକୁ ମଧ୍ୟ ନିୟନ୍ତ୍ରିତ କରିଥାଏ। ଏହା ଏକ ପ୍ରକାରର ଇଲେକ୍ଟ୍ରୋଲାଇଟ୍ ମଧ୍ୟ ଅଟେ, ଯାହା ସୋଡିଅମ୍ କ୍ଲୋରାଇଡ ଓ ମ୍ୟାଗନେସିୟମ ସହିତ ମିଶି ଶରୀରରେ ବିଦ୍ୟୁତ ଶକ୍ତିର ସଞ୍ଚାଳନ ମଧ୍ୟ କରିଥାଏ।publive-imageହୃଦୟକୁ ସଠିକ୍ ଭାବେ କାର୍ୟ୍ୟ କରାଇବା ଓ ହଜମ କ୍ରିୟାକୁ ସୁସ୍ଥ ଓ ସନ୍ତୁଳିତ କରିବା ଦିଗରେ ବି ଏହା କାମ କରିଥାଏ। ଶରୀରରେ ପୋଟାସିୟମର ମାତ୍ରା କମ୍ ହୋଇଗଲେ, ଏସିଡର ମାତ୍ରା ବଢ଼ିଯାଏ। ଏହାଫଳରେ ଶରୀର ଦୁର୍ବଳ ହୋଇଯାଏ।କ୍ଲାନ୍ତି ଅନୁଭବ କରିବା ଓ ଶରୀର ଦୁର୍ବଳ ହେବା ପୋଟାସିୟମର ପରିମାଣ କମ୍ ଥିବାର ପ୍ରାଥମିକ ଲକ୍ଷଣ। ଠିକ୍ ସେହିପରି ଅନିଦ୍ରା, ଅବସାଦ ଓ ଭୋକ ନ ଲାଗିଲେ ବି ଜାଣନ୍ତୁ ଆପଣଙ୍କ ଶରୀରରେ ପୋଟାସିୟମର ମାତ୍ରା କମିଯାଇଛି। ୨୦୦୬ରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି ଯେ, ଶରୀରରେ ପୋଟାସିୟମର ମାତ୍ରା କମ୍ ଥିଲେ ମାନସିକ ଉତ୍ତେଜନା ସୃଷ୍ଟି ହୋଇଥାଏ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସମସ୍ୟା ଉପୁଜିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe