କନକ ବ୍ୟୁରୋ: ଯାଆଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣା । ସାମ୍ନାକୁ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ । ଶରୀରରେ କୌଣସି ଶକ୍ତ ଆଘାତ ଲାଗିନଥିବା ରିପୋର୍ଟରେ ଉଲ୍ଲେଖ । ମହିଳା ଜଣକ ଅସୁସ୍ଥ ଥିବା ରିପୋର୍ଟରୁ ଜଣାପଡିଛି । ପ୍ରାଥମିକ ପରୀକ୍ଷା ଓ ପରବର୍ତ୍ତୀ କଙ୍କାଳ ପରୀକ୍ଷଣରୁ ଜଣାପଡିଛି । ମୃତ ମହିଳାଙ୍କ ବୟସ ୪୫ ବର୍ଷ ହେବ ଓ ଉଚ୍ଚତା ୧୬୪ ସେମି ହେବ । ମୃତ୍ୟୁ ପୂର୍ବରୁ ଯକ୍ଷ୍ମା ଭଳି ରୋଗରେ ପୀଡିତ ଥିଲେ ।
ଯାଆଁଳା ଫାଣ୍ଡି ସାମ୍ନାରେ ୨୦୧୯ ମସିହାରେ ଜବତ ହୋଇଥିବା ଏକ ଏସୟୁଭି ଗାଡ଼ି ପଡିରହିଥିଲା । ଆଉ ଜବତ ଗାଡ଼ିକୁ ମୁକୁଳାଇବା ପାଇଁ ଯେତେବେଳେ ଗାଡ଼ି ମାଲିକ ଆସିଥିଲେ, ସେତେବେଳେ ଗାଡ଼ି ଭିତରୁ ମିଳିଥିଲା କଙ୍କାଳ । ଫାଣ୍ଡି ଅଧିକାରୀ ନିଲମ୍ବିତ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/14-13.jpg)