କନକ ବ୍ୟୁରୋ: ସୁନ୍ଦରଗଡ଼ ଲେଫ୍ରିପଡ଼ା ପୋଷ୍ଟମାଷ୍ଟର ନିଖୋଜ ଘଟଣାରେ ସାମ୍ନାକୁ ଆସିଛି ସାଂଘାତିକ ସତ । ଅନ୍ୟ ଯୁବକଙ୍କ ସହ ପ୍ରେମ ସମ୍ପର୍କର ସନ୍ଦେହ କରି ପୋଷ୍ଟମାଷ୍ଟର ସ୍ନିଗ୍ଧା ପ୍ରଧାନଙ୍କୁ ହତ୍ୟା କରିଛି ପୁୁରୁଷ ବନ୍ଧୁ ନୟନ ସେଠ । ସ୍ନିଗ୍ଧାଙ୍କ ମୃତଦେହ ଉଦ୍ଧାର ହେବା ପରେ ସନ୍ଦେହର ଶୀର୍ଷରେ ଥିଲେ ନୟନ । ତାଙ୍କୁ ଗିରଫ କରିବା ପରେ ହତ୍ୟାକାଣ୍ଡର ପୁରା କାହାଣୀ ସାମ୍ନାକୁ ଆସିଛି । ପ୍ରଥମେ ବୁଝାଇ ସୁଝାଇ ସ୍ନିଗ୍ଧାଙ୍କୁ ନିଛାଟିଆ ଜଙ୍ଗଲକୁ ନେଇଥିଲେ । ପରେ ଛୁରୀରେ ବାରମ୍ବାର ଆକ୍ରମଣ କରି ହତ୍ୟା କରିଥିଲେ ଏବଂ ପୁଲିସ ଓ ପରିବାରକୁ ଦ୍ୱନ୍ଦ୍ୱରେ ରଖିବା ପାଇଁ ରଚିଥିଲେ ସାଂଘାତିକ ଷଡ଼ଯନ୍ତ୍ର ।

Advertisment

ତେବେ ବନ୍ଧୁତ୍ୱର ଭରସାରେ ବିଶ୍ୱାସ ଜିତି ନେଇଥିବା ନୟନ, ଯେତେବେଳେ ସ୍ନିଗ୍ଧାଙ୍କୁ ବେଲସରିଆପଡ଼ା ଜଙ୍ଗଲକୁ ଡାକି ନେଇଥିଲା, ସେତେବେଳେ ସନ୍ଦେହ କରିବାର କୌଣସିି କାରଣ ନଥିଲା । ହେଲେ କାହାଣୀର ଖଳନାୟକ କିନ୍ତୁ ନିଷ୍ପତି ନେଇସାରିଥିଲେ । ମନରେ ଥିବା ସନ୍ଦେହ ଯୋଗୁଁ ସ୍ନିଗ୍ଧାଙ୍କୁ ରାସ୍ତାରୁ ହଟାଇଦେବା ପାଇଁ ନିଷ୍ପତି ସାରିଥିଲା । ସେଥିପାଇଁ ସାଥିରେ ନେଇଥିଲାଧରୁଆ ଛୁରୀ । ଆଉ ସମୟ-ସୁବିଧା ଦେଇ ଛୁରୀରେ ସ୍ନିଗ୍ଧାଙ୍କୁ ଆକ୍ରମଣ କରି ହତ୍ୟା କରିଥିଲା ଅଭିଯୁକ୍ତ ନୟନ । ଏହା ପରେ ହତ୍ୟାକୁ ଭିନ୍ନରୂପ ଦେବା ପାଇଁ ମୃତଦେହର ଫଟୋ ଉଠାଇଥିଲା । ଆଉ ଏହି ଫଟୋର ଚିତ୍ର ସ୍ନିଗ୍ଧଙ୍କ ମା’ ଶାନ୍ତି କାଲୋଙ୍କ ପାଖକୁ ପଠାଇଥିଲା । ହ୍ୱାର୍ଟସଆପ୍ ମେସେଜରେ ଲେଖାଥିଲା-ସ୍ନିଗ୍ଧାକୁ ମାରି ବେଲସରିଆପଡ଼ା କୁଲାବିରା ଜଙ୍ଗଲରେ ଫିଙ୍ଗିଦେଇଛୁ । ତା’ର ପ୍ରେମିକ ନୟନକୁ ହତ୍ୟା କରି ସରଫଗଡ଼ ଡ୍ୟାମରେ ପକାଇ ଦେଇଛୁ । ବିଶ୍ୱାସ ଯଦି ହେଉନାହିଁ ସ୍ନିଗ୍ଧାଙ୍କ ମୃତଦେହର ଫେଟୋ ଦେଖି ନିଅନ୍ତୁ ।

ଏହି ହତ୍ୟା ପଛରେ ପୁଲିସ ଆଗରେ ଯେଉଁ ତଥ୍ୟ ରଖିଛି ଅଭିଯୁକ୍ତ, ତାହା ଆହୁରି ସନ୍ଦେହଜନକ । ପୋଷ୍ଟ ମାଷ୍ଟର ସ୍ନିଗ୍ଧା ପ୍ରଧାନ, ଅନ୍ୟ କେଉଁ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କରେ ଥିଲା ବୋଲି ସନ୍ଦେହ କରୁଥିଲା ଅଭିଯୁକ୍ତ । ଯାହାକୁ ସେ ଗ୍ରହଣ କରିପାରୁନଥିଲା । ଏଥିପାଇଁ ଅଫିସ୍ ଯିବା ରାସ୍ତାରୁ ସ୍ନିଗ୍ଧାଙ୍କୁ ଡାକିନେଇଥିଲା । ସନ୍ଧ୍ୟାଯାଏଁ ସ୍ନିଗ୍ଧା ଘରକୁ ନଫେରିବାରୁ ଖାନାରେ ନିଖୋଜ ଅଭିଯୋଗ କରିଥିଲେ ପରିବାର ଲୋକ । ଆଉ ପରଦିନ ସକାଳୁ ଜଙ୍ଗଲ ଭିତରେ ପୋଷ୍ଟର ମାଷ୍ଟର ସ୍ନିଗ୍ଧା ପ୍ରଧାନଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନରେ ସୁନ୍ଦରଗଡ଼ ପୁଲିସ୍ ଛାନଭିନ୍ ଆରମ୍ଭ କରି ସନ୍ଦେହ ଥିବା ନୟନକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୁନ୍ଦରଗଡ଼ ଅଞ୍ଚଳରେ ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି ।