ମୃତ୍ୟୁ ଖବର ଭିତରେ ପୁନମ ପାଣ୍ଡେଙ୍କ ବଡ ବୟାନ: ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରି କହିଲେ ମୁଁ ବଞ୍ଚିଛି

719

କନକ ବ୍ୟୁରୋ: ମୃତ୍ୟୁ ଖବର ଭିତରେ ପୁନମ ପାଣ୍ଡେଙ୍କ ବଡ ବୟାନ । ମୁଁ ବଞ୍ଚିଛି କହିଲେ ଅଭିନେତ୍ରୀ ପୁନମ ପାଣ୍ଡେ । ସୋସିଆଲ ମାଡିଆରେ ଭିଡିଓ ପୋଷ୍ଟ କରି ଦେଲେ ସୂଚନା । କହିଲେ ମୁଁ ସର୍ଭାଇକାଲ କ୍ୟାନ୍ସରରେ ପୀଡିତ ନୁହେଁ । ସଚେତନତା ସୃଷ୍ଟି କରିବାକୁ ଏପରି କରିଥିଲି ବୋଲି କହିଲେ ପୁନମ । ସର୍ଭାଇକାଲ କ୍ୟାନ୍ସରରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଛି । ମିଳିମିଶି ଏଭଳି ରୋଗକୁ ଦୂର କରିବା । ଯେଉଁମାନଙ୍କୁ ମୁଁ କଷ୍ଟ ଦେଇଛି, ସେମାନଙ୍କୁ କ୍ଷମା ମାଗୁଛି ବୋଲି ପୁନମ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି ।

ଗତକାଲି ପୁନମ ପାଣ୍ଡେଙ୍କ ମୃତ୍ୟୁ ଖବର ଭାଇରାଲ ହୋଇଥିଲା । ପୁନମଙ୍କ ସର୍ଭାଇକାଲ କ୍ୟାନ୍ସରରେ ମୃତ୍ୟୁ ହୋଇଥିବା ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରୁ ସୂଚନା ମିଳିଥିଲା । ଏହି ଖବର ଭାଇରାଲ ହେବା ପରେ ତାଙ୍କ ଫ୍ୟାନମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିଲା । ହେଲେ ଆଜି ସେ ନିଜେ ସାମ୍ନାକୁ ଆସି ସତ କଥା ସାମ୍ନାକୁ ଆଣିଛନ୍ତି ।