ଦୁଷ୍କର୍ମ ପୀଡିତାଙ୍କ ପରିଚୟ ପ୍ରଘଟ କରିବା ପଡିବ ମହଙ୍ଗା ! ଭୋଗିବାକୁ ହେବ ୬ ମାସ ଜେଲ ଦଣ୍ଡ । 

Advertisment
ଦୁଷ୍କର୍ମ ପୀଡିତାଙ୍କ ପରିଚୟ ପ୍ରଘଟ କରିବା ପଡିବ ମହଙ୍ଗା ! ଭୋଗିବାକୁ ହେବ ୬ ମାସ ଜେଲ ଦଣ୍ଡ । 

image courtesy - thehackernews.com

ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏଣିକି ସାବଧାନ । ଯଦି ଆପଣ, ସୋସିଆଲ ମିଡିଆରେ କରୁଥିବା କୌଣସି ବି ପୋଷ୍ଟିଂରେ ଯଦି କୌଣସି ଦୁଷ୍କର୍ମ ପୀଡ଼ିତାର କୌଣସି ପ୍ରକାରର ପରିଚୟ ପ୍ରଘଟ କରି ଦେଉଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ୬ ମାସର ଜେଲଦଣ୍ଡ ଭୋଗିବାକୁ ପଡ଼ିବ। ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ଏହିପରି ଏକ ଆଦେଶନାମା ଜାରି କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ବହୁ ଚର୍ଚ୍ଚିତ କଠୁଆ ନାବାଳିକା ଦୁଷ୍କର୍ମ ପୀଡ଼ିତାର ନାମ ଓ ପରିଚୟ ପ୍ରଘଟ କରିବା ବିରୋଧରେ ଗୁଗୁଲ୍, ଫେସବୁକ୍ ଓ ଟୁଇଟର ବିରୋଧରେ ଆଗତ ଏକ ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେବା ସହ କେଉଁ ପରିସ୍ଥିତିରେ ଓ କିପରି କଠୁଆ ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କ ନାମ ପ୍ରଘଟ ହେଲା ସେ ସଂପର୍କରେ କାରଣ ଦର୍ଶାଇବା ପାଇଁ ଗୁଗୁଲ୍, ଫେସବୁକ୍ ଓ ଟୁଇଟର ଉପରେ ନୋଟିସ୍ ଜାରି କରିଛନ୍ତି। ଏଥିସହ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ଆସନ୍ତା ୨୯ ତାରିଖକୁ ଧାର୍ୟ୍ୟ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ପୂର୍ବରୁ କଠୁଆ ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କ ନାମ ପ୍ରଘଟ କରିଥିବା ଗଣମାଧ୍ୟମଗୁଡ଼ିକୁ ଦିଲ୍ଲୀ ହାଇକୋର୍ଟ ୧୦ ଲକ୍ଷ ଟଙ୍କା ଲେଖାଏଁ ଜରିମାନାରେ ଦଣ୍ଡିତ କରିଥିଲେ । ଏଥିସହ ଆଜି ଏହି ମାମଲାର ଶୁଣାଣି କାଳରେ ଦିଲ୍ଲୀ ହାଇକୋର୍ଟ ସ୍ପଷ୍ଟ କରି ଦେଇଛନ୍ତି ଯେ ଏଣିକି ଯେକୌଣସି ପ୍ରକାର ମାଧ୍ୟମରେ କୌଣସି ଦୁଷ୍କର୍ମ ପୀଡ଼ିତାର କୌଣସି ପ୍ରକାରର ପରିଚୟ ପ୍ରଘଟ କଲେ ସମ୍ପୃକ୍ତ ବ୍ୟକ୍ତିକୁ ୬ ମାସ ପାଇଁ ଜେଲଦଣ୍ଡ ଭୋଗିବାକୁ ପଡ଼ିବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe