ପ୍ରାର୍ଥୀଙ୍କ ପାଇଁ ଘର କାନ୍ଥରେ ଲାଗିଲା ପୋଷ୍ଟର: ଲୋକେ ଲେଖିଲେ, ବାତ୍ୟା ପରେ ବି ଦେଇ ପାରିଲନାହିଁ ଘର, ଏବେ ମାଗ ନାହଁ ଭୋଟ୍

Advertisment
ପ୍ରାର୍ଥୀଙ୍କ ପାଇଁ ଘର କାନ୍ଥରେ ଲାଗିଲା ପୋଷ୍ଟର: ଲୋକେ ଲେଖିଲେ, ବାତ୍ୟା ପରେ ବି ଦେଇ ପାରିଲନାହିଁ ଘର, ଏବେ ମାଗ ନାହଁ ଭୋଟ୍

କନକ ବ୍ୟୁରୋ: ଚାଳ ଛପର ଘରର ମାଟି କାଂଥରେ ଲାଗିଛି ପୋଷ୍ଟର । ଆଉ ପୋଷ୍ଟରରେ ପଂଚାୟତ ପ୍ରାର୍ଥୀଙ୍କୁ ଚେତାବନୀ ଦେଇଛନ୍ତି ଭୋଟର । ପୋଷ୍ଟରରେ ଲେଖା ହୋଇଛି ଆଉ ମିଛ ପ୍ରତିଶୃତି ଚଳିବ ନାହିଁ । ଯଦି ଘର ଖଣ୍ଡିଏ ଦେଲ ନାହିଁ ତାହେଲେ ଭୋଟ ମାଗିବା ପାଇଁ ମଧ୍ୟ ଆମ ଦୁଆରକୁ ଆସନ୍ତୁ ନାହିଁ । ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଗାଁ ରାଜନୀତି ଚଳଚଂଚଳ ହୋଇଥିବା ବେଳେ ଏମିତି ଦୃଶ୍ୟ ଆସିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଜହ୍ନବୁଢି ଗାଁରୁ ।

ଅଭିଯୋଗ ଅନୁସାରେ, ବାତ୍ୟା ଫାଇଲିନ୍ ଓ ଫନିରେ ଲୋକଙ୍କ ଘର ଭାଙ୍ଗି ଯାଇଛି । ଲୋକେ ଏବେ ବି ଚାଳ ଛପର ଘରେ ରହୁଛନ୍ତି । ପ୍ରଶାସନ କି ସ୍ଥାନୀୟ ଜନପ୍ରତିନିଧି, ସେମାନଙ୍କୁ ସରକାରୀ ଯୋଜନାରେ ଘରଟିଏ ଯୋଗାଇ ପାରିଲେ ନାହିଁ । ତେଣୁ ଆଉ ନେତାଙ୍କ ମିଛ ପ୍ରତିଶ୍ରୁତିରେ ଭଳି ଯାଇ ଭୋଟ ଦେବେ ନାହିଁ ବୋଲି ଗ୍ରାମବାସୀ ନିଷ୍ପତି ନେଇଛନ୍ତି । ଯାହାର ନମୂନା ଘର କାଂଥରେ ଲାଗିଛି । ଜହ୍ନବୁଢି ଗାଁର ପ୍ରତି ଘର କାଂଥରେ ପୋଷ୍ଟର ମରା ହୋଇଥିବା ଦେଖି ପ୍ରାର୍ଥୀ ଓ ନେତାଙ୍କ ନିଦ ହଜିଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe