କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ସ୍ୱାମୀ ତଥା ବ୍ୟବସାୟୀ ରବର୍ଟ ଭଦ୍ରା ସକ୍ରିୟ ରାଜନୀତିରେ ପାଦ ରଖିବାର ବିଷୟ ଅଧିକ ବଢିଯାଇଛି । ଉତ୍ତରପ୍ରଦେଶର ମୁରାଦାବାଦରେ ରବର୍ଟ ଭଦ୍ରାଙ୍କ ପୋଷ୍ଟର ଲଗାଯାଇଛି । ଯେଉଁଥିରେ ଲେଖା ହୋଇଛି, “ରବର୍ଟ ଭଦ୍ରା ଜୀ, ମୁରାଦାବାଦ ଲୋକସଭାରୁ ନିର୍ବାଚନ ଲଢିବା ପାଇଁ ଆପଣଙ୍କୁ ସ୍ୱାଗତ କରାଯାଉଛି । ଏହି ପୋଷ୍ଟର ମୁରାଦାବାଦ ଯୁବକ କଂଗ୍ରେସ ତରଫରୁ ଲଗାଯାଇଛି । ପୋଷ୍ଟରରେ ରବର୍ଟ ଭଦ୍ରାଙ୍କୁ ନିର୍ବାଚନ ଲଢିବା ପାଇଁ ଅପିଲ୍ କରାଯାଉଛି । ଏ ନେଇ ଭଦ୍ରା କୁହନ୍ତି ଯଦି ମୁଁ ଦେଶରେ ପରିବର୍ତ୍ତନ ଆଣିପାରିବି ତେବେ ନିର୍ବାଚନ ଲଢିବାରେ କାହିଁକି ପଛଘୁଞ୍ଚା ଦେବି । ଆପଣଙ୍କୁ କହିରଖୁଛୁ କି ପ୍ରିୟଙ୍କା ଗାନ୍ଧି ଚଳିତବର୍ଷ ଜାନୁଆରୀ ୨୩ ତାରିଖରେ ରାଜନୀତିରେ ପାଦ ଥାପିଥିଲେ । କଂଗ୍ରେସ ତାଙ୍କୁ ପୂର୍ବ ଉତ୍ତରପ୍ରଦେଶ ପ୍ରଭାରୀ ଭାର ଦେଇଛନ୍ତି ।
Posters saying 'Robert Vadra ji you are welcome to contest elections from Moradabad Lok Sabha constituency' seen in Moradabad. pic.twitter.com/cK1feeRIfN
— ANI UP (@ANINewsUP) February 25, 2019
ରବର୍ଟ ଭଦ୍ରା କହିଛନ୍ତି ଯେ , ମୋତେ ଖାଲି ଦେଶର ଜନତାଙ୍କ ସାହାଯ୍ୟ କରିବା ପାଇଁ କେବଳ ରାଜନୀତିକୁ ଆସିବାର ଆବଶ୍ୟକତା ନାହିଁ । କିନ୍ତୁ ଯଦି ରାଜନୀତିରେ ଆସି ମୁଁ ଲୋକଙ୍କ ସେବା କରୁଛି ତେବେ ମୋର ଏହି କ୍ଷେତ୍ରକୁ ଆସିବାର କିଛି ଅସୁବିଧା ନାହିଁ । ରାଜନୀତିରେ ଆସିବାର ନିଷ୍ପତ୍ତି ଏବେ ଜନତା କରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/wadra.jpg)