ଦିଲ୍ଲୀରେ ଚାଲିଛି ପୋଷ୍ଟର ୱାର । ରାଜଧାନୀର ମୁଖ୍ୟ ସ୍ଥାନରୁ ଗଳିରେ ଲାଗିଛି ମୋଦି ଓ କେଜ୍ରିୱାଲ ବିରୋଧୀ ପୋଷ୍ଟର

92

କନକ ବ୍ୟୁରୋ : ଦିଲ୍ଲୀରେ ଚାଲିଛି ପୋଷ୍ଟର ୱାର । ବିଜେପି ଓ ଆମ ଆଦମୀ ପାର୍ଟି ମଧ୍ୟରେ ଚାଲିଥିବା ଏହି ପୋଷ୍ଟର ୱାର ଦୁଇ ଦଳ ମଧ୍ୟରେ ଥିବା ତିକ୍ତତାପୂର୍ଣ୍ଣ ସର୍ମ୍ପକକୁ ଅଧିକ ବିବାଦର ରୂପଦେଉଛି । ବୁଧବାର ଦିଲ୍ଲୀର ସ୍ଥାନେ ସ୍ଥାନେ ମୋଦୀ ବିରୋଧୀ ପୋଷ୍ଟର ଲଗାଇ ବିଜେପି ସରକାରଙ୍କୁ ଟାର୍ଗେଟ କରିଥିଲା ଆମ ଆଦମୀ ପାର୍ଟି । ଗୁରୁବାର ସମାନ ଢଙ୍ଗରେ ଆମ ଆଦମୀ ପାର୍ଟିକୁ ପାଲଟା ଜବାବ ଦେଇଛି ବିଜେପି । ମୋଦି ହଟାଅ, ଦିଲ୍ଲୀ ବଚାଓ ନାରା ଲେଖି ଆମ ଦିଲ୍ଲୀରେ ୫୦ହଜାର ପୋଷ୍ଟର ଛାପିଥିଲା । ଏବେ ବିଜେପି ଲେଖିଛି ଅରବିନ୍ଦ କେଜ୍ରିୱାଲ ହଟାଅ ଓ ଦିଲ୍ଲୀୁ ବଚାଓ । ବିଜେପି ବିରୋଧୀ ପୋଷ୍ଟର ଘଟଣାରେ ୧୦୦ଜଣଙ୍କୁ ହାଜତ ନେଇଛି ପୁଲିସ । ଏହାକୁ ବିରୋଧ କରି ଆପ ମୁଖିଆ ଅରବିନ୍ଦ କେଜ୍ରିୱାଲ ଗୁରୁବାର ଜନ୍ତରମନ୍ତରରେ ଧାରଣାରେ ବସିଛନ୍ତିି ।