କନକ ବ୍ୟୁରୋ : ଯୁଆଡ଼େ ଚାହିଁବ ମାଳ ମାଳ ପୋଷ୍ଟର । ଗାଁରୁ ନେଇ ସହର । ଗଳିକନ୍ଦିରୁ ନେଇ କାଂଥବାଡ ପର୍ଯ୍ୟନ୍ତ ସବୁଠି ମାଳ ମାଳ ପୋଷ୍ଟର ଲାଗିଛି । ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିବାକୁ ନେଇ ଭିନ୍ନ ଭିନ୍ନ କଟକଣା ବି କରାଯାଇଥିଲା । ହେଲେ ସବୁ କଟକଣାକୁ ଫୁ’ କରିଦେଇ ବେଧଡକ ଭାବେ ମାଳ ମାଳ ପୋଷ୍ଟର ସବୁଠି ଲଗାଯାଉଛି । ଜୟପୁରର ବିଭିନ୍ନ ଗଳିକନ୍ଦିରେ ଚାଲିଛି ଏହି ପୋଷ୍ଟର ୱାର । କେତେବେଳେ ନୂଆ ବର୍ଷ ଯୋଗୁ ମାଳ ମାଳ ପୋଷ୍ଟର ଲଗାଯାଉଛି ତ ଆଉ କେତେବେଳେ ନେତା ମନ୍ତ୍ରୀଙ୍କ ଫଟୋରେ ଭର୍ତି ହୋଇଯାଉଛି କାଂଥ ବାଡ । ନିର୍ବାଚନୀ ସମୟରେ ଦଳ ଦଳ ମଧ୍ୟରେ ଟକ୍କର ଭିତରେ ଗଳିକନ୍ଦିରେ କାଂଥ ବାଡରେ ମାଳ ମାଳ ପୋଷ୍ଟର । ଯୁଆଡେ ଚାହିଁବ ରଙ୍ଗବରଙ୍ଗର ହୋର୍ଡିଂ ଓ ବ୍ୟାନର ପୋଷ୍ଟର । ଦେଖି ଲେ ଯେମିତି ପୋଷ୍ଟର ନେଇ ପ୍ରତିଦ୍ୱନ୍ଦିତା ଲାଗିିଥିବା ଅନୁମାନ କରିହୁଏ । ତେବେ ଏହି ପୋଷ୍ଟର ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ବି ଦେଖିବକୁ ମିଳେ ।
ପୋଷ୍ଟର ପାଇଁ ପ୍ରଶାସନର ବିଭିନ୍ନ କଟକଣା ରହିଛି । ତାପରେ ବି ସହର ଗଳିକନ୍ଦି ସବୁଠି ରଙ୍ଗୀନ୍ ପୋଷ୍ଟର ମାଳ ମାଳ । କିଏ ଏହାକୁ ଖୁସି କହୁଥିବା ବେଳେ କି ନାପସନ୍ଦ କରୁଛି । ହେଲେ ବିଭିନ୍ନ କଟକଣା ପରେ ବି ମାଳ ମାଳ ପୋଷ୍ଟର କାଂଥ ବାଡରେ ଲାଗୁଛି ।
କଟକଣାକୁ ନମାନି ପ୍ରତିଦିନ ଲାଗୁଛି ମାଳ ମାଳ ପୋଷ୍ଟର । ଯାହାକି ପ୍ରଦୂଷଣର ଏକ ମାଧ୍ୟମ କହିଲେ ଅତ୍ୟୁକ୍ତି ହେବନି ।