ଜେଏନୟୁ ଛାତ୍ରଙ୍କୁ କିଛି ଦୃବୁର୍ତ୍ତଙ୍କ ମାଡ ଘଟଣାରେ ପୂରା ଦେଶରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି । କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଜେଏନୟୁ ହିଂସାକୁ ନେଇ ବିରୋଧ ଜାରି ରହିଛି । ଏସବୁ ଭିତରେ ମୁମ୍ବାଇର ଗେଟୱେ ଅଫ୍ ଇଣ୍ଡିଆ ସାମ୍ନାରେ ମଧ୍ୟ ବିରୋଧ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ । ତେବେ ଏହି ବିରୋଧ ମଧ୍ୟରେ ଜଣେ ଯୁବତୀ ଫ୍ରି କାଶ୍ମୀର ଲେଖାଥିବା ପୋଷ୍ଟର ଧରିଥିବାର ଦେଖିବାକୁ ମିଳିଛି । ଏପରିକି ଛାତ୍ର ସଙ୍ଗଠନ ଏବିଭିପିକୁ ବ୍ୟାନ୍ କରିବାକୁ ମଧ୍ୟ ପ୍ଲାକାର୍ଡ ଧରି ଛାତ୍ରଛାତ୍ରୀ ମାନେ ନାରାବାଜି କରିଛନ୍ତି ।
Protest is for what exactly?
Why slogans of “Free Kashmir”?
How can we tolerate such separatist elements in Mumbai?
‘Free Kashmir’ slogans by Azadi gang at 2km from CMO?
Uddhav ji are you going to tolerate this Free Kashmir Anti India campaign right under your nose???@OfficeofUThttps://t.co/zkWRjxuTqA— Devendra Fadnavis (@Dev_Fadnavis) January 6, 2020
ତେବେ ଏହାକୁ ନେଇ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ଟ୍ୱିଟ୍ କରିବା ସହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି । ଜେଏନୟୁ ଛାତ୍ରଛାତ୍ରୀ ପାଇଁ ହେଉଥିବା ବିରୋଧ ପ୍ରଦର୍ଶନରେ ଫ୍ରୀ କାଶ୍ମୀରର ପୋଷ୍ଟରର କାହିଁକି ଅଛି ବୋଲି ପ୍ରଶ୍ନ କରିଛନ୍ତି ଉଦ୍ଧବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମାତ୍ର ଦୁଇ କିଲୋମିଟର ଦୂରରେ ଦେଶ ବିରୋଧୀ ପ୍ରଦର୍ଶନ କରାଯାଉଥିଲେ ମଧ୍ୟ ଏହାକୁ କିଭଳି ବରଦାସ୍ତ କରାଯାଉଛି ତାହା ଉପରେ ପ୍ରଶ୍ନ ଉଠାଇଛନ୍ତି ।
Mumbai: Poster reading, 'Free Kashmir' seen at Gateway of India, during protest against yesterday's violence at Delhi's Jawaharlal Nehru University. #Maharashtrapic.twitter.com/WrEi8DQwhP
— ANI (@ANI) January 6, 2020
କେବଳ ଯେ ମୁମ୍ବାଇରେ ବିରୋଧ ପ୍ରଦର୍ଶନ କରାଯାଉଛି ତାହା ନୁହେଁ ବରଂ ଦିଲ୍ଲୀରୁ ବ୍ୟାପିଥିବା ଏହି ନିଆଁ ଧୀରେ ଧୀରେ ସମସ୍ତ ରାଜ୍ୟକୁ ମୁହାଁଇଲାଣି । କୋଲକାତାରେ ମଧ୍ୟ ଜେଏନୟୁ ଛାତ୍ରଛାତ୍ରୀଙ୍କୁ ମାଡ ଘଟଣାରେ ବିରୋଧ ପ୍ରଦର୍ଶନ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛି । ଯେଉଁଥିପାଇଁ ପୋଲିସକୁ ଲାଠିଚାର୍ଜ ମଧ୍ୟ କରିବାକୁ ପଡିଛି ।