କଲେଜ କ୍ୟାମ୍ପସରେ ତେଜିଲା ପୋଷ୍ଟର ପଲିଟିକ୍ସ । ବିଶ୍ୱବିଦ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇ ସେଲ୍ଫି ପଏଣ୍ଟ୍ କରିବାକୁ କୁଳପତିଙ୍କୁ ନିର୍ଦ୍ଦେଶ

480

କନକ ବ୍ୟୁରୋ : କଲେଜ କ୍ୟାମ୍ପସରେ ହେବ ମୋଦୀଙ୍କ ସେଲଫି ପଏଂଟ । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର କର୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ଏହି ଥ୍ରିଡି ସେଲଫି ପଏଂଟ କଲେଜ କ୍ୟାମ୍ପସରେ ଳଗାଯିବ । ସେଲଫି ପଏଣ୍ଟ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ଭାରତ ପାଇଥିବା ସଫଳତା ସଂପର୍କରେ ଅବଗତ କରାଇବା ହେବ ମୁଖ୍ୟ ଉଦ୍ଦେଶ୍ୟ । ନୂତନ-ଶିକ୍ଷାନୀତି ଅନ୍ତର୍ଗତ ନିଆଯାଇଥିବା ପଦକ୍ଷେପ ଓ ଯୋଜନା, ଏକ ଭାରତ ଶ୍ରେଷ୍ଠ ଭାରତ, ନୂତନ ଶିକ୍ଷାନୀତିର ବିଭିନ୍ନ ବିଷୟ ଏଥିରେ ସ୍ଥାନ ପାଇବ ।
ସେପଟେ କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡିକରେ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ପକ୍ଷରୁ କ୍ରୀଡା, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ସହ ପ୍ରତିଯୋଗିତା ଆୟୋଜନ କରାଯାଉଛି । ନୂଆ ଓଡିଶା ନାମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଫ୍ଲେକ୍ସ ଲଗାଇ କାର୍ଯ୍ୟକ୍ରମ କରିବା ପାଇଁ କଲେଜଗୁଡିକୁ କୁହାଯାଇଛି ।