ରାଏବରେଲୀରେ ଲାଗିଲାଣି ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପୋଷ୍ଟର: ସୋନିଆଙ୍କ ପରେ ଏହି ଆସନରୁ  ପ୍ରିୟଙ୍କା ନିର୍ବାଚନ ଲଢ଼ିବା ନେଇ ଚାଲିଛି ଚର୍ଚ୍ଚା 

305

କନକ ବ୍ୟୁରୋ: ସୋନିଆ ଗାନ୍ଧୀଙ୍କ ପରେ ରାଏବରେଲୀ ଆସନରୁ କିଏ ଲଢ଼ିବେ ନିର୍ବାଚନ ଏନେଇ ସସପେନ୍ସ ଜାରି ରହିଛି । ଗାନ୍ଧୀ ପରିବାରର ପାରମ୍ପାରିକ ଆସନରୁ ପ୍ରଥମ ଦାବିଦାର ପ୍ରିୟଙ୍କା ଗାନ୍ଧୀ ବାଡ୍ରା କୁହାଯାଉଥିବାବେଳେ ଏବେ ସେମିତି କିଛି ସଂକେତ ଦେଖିବାକୁ ମିଳିଛି । ରାଏବରେଲୀର ସ୍ଥାନେ ସ୍ଥାନେ ଲାଗିଲାଣି ପ୍ରିୟଙ୍କା ପୋଷ୍ଟର ଓ ହୋଡିଙ୍ଗସ । କଂଗ୍ରେସ ଲେଖିଛି ‘ରାଏବରେଲୀ କି ୟେହି ପୁକାର, ପ୍ରିୟଙ୍କା ଗାନ୍ଧୀଜୀ କି ବାର’ । ଏହି ପୋଷ୍ଟର ଲାଗିବା ପରେ ଆକଳନ କରାଯାଉଛି କି ମାଙ୍କ ପରେ ଏଣିକି ପ୍ରିୟଙ୍କା ରାଏବରେଲୀ ଆସନରୁ ଲୋକସଭା ନିର୍ବାଚନ ଲଢ଼ିବେ । ଏହା ପୂର୍ବରୁ ଉତରପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଜୟ ରାୟ ମଧ୍ୟ ନିର୍ବାଚନ ଲଢ଼ିବାକୁ ପ୍ରିୟଙ୍କାଙ୍କୁ ଅପିଲ କରିସାରିଛନ୍ତି ।