ଆରମ୍ଭ ହେଲା ଭୋଟ୍ ଗଣତି । ପୋଷ୍ଟାଲ ବାଲାଟ୍ ଗଣତି ଆରମ୍ଭ । ଆଉ କିଛି ସମୟ ପରେ ଆସିବ ପ୍ରାରମ୍ଭିକ ଟ୍ରେଣ୍ଡିଂ

343

କନକ ବ୍ୟୁରୋ: କନକ ବ୍ୟୁରୋ: ଆରମ୍ଭ ହେଲା ଭୋଟ୍ ଗଣତି । ନିର୍ବାଚନ ଭୋଟ୍ ଗଣତି ସକାଳ ୮ଟାରୁ ଆରମ୍ଭ ହେଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ପୋଷ୍ଟାଲ ବାଲାଟ୍ ଗଣତି ଆରମ୍ଭ ହେଇଛି । ୧ ଲକ୍ଷ ୪୬ ହଜାର ପୋଷ୍ଟାଲ ବାଲାଟ୍ ଗଣତି ଆରମ୍ଭ ହେଇଛି । ପ୍ରତି ଟେବୁଲରେ ୫୦୦ ପୋଷ୍ଟାଲ ବାଲାଟ୍ ଗଣତି ହେଉଛି । ପୋଷ୍ଟାଲ ବାଲାଟ୍ ଗଣତି ଶେଷ ହେବା ପରେ ଇଭିଏମ୍ ଗଣତି ଆରମ୍ଭ ହେବ । ଗଣତି କେନ୍ଦ୍ରରେ ଏବେ ବିଭିନ୍ନ ପ୍ରାର୍ଥୀଙ୍କ ଏଜେଣ୍ଟ ପ୍ରସ୍ତୁତ ହେଇ ରହିଛନ୍ତି , ରାଜ୍ୟରେ ମୋଟ ୭୦ଟି ଗଣତି କେନ୍ଦ୍ର କରାଯାଇଛି । ଆଉ ନିର୍ବାଚନ ରେଜଲ୍ଟ ଉପରେ ରହିଛି ସମସ୍ତଙ୍କର ନଜର । ଆଜି ଲୋକସଭାର ୫୪୩ ଏବଂ ଓଡିଶା ବିଧାନସଭାର ୧୪୭ ଆସନରେ ରେଜଲ୍ଟ ଆସିବାକୁ ଯାଉଛି । କେନ୍ଦ୍ରରେ ବିଜେପି ପୁଣିଥରେ ସରକାର ଗଢିବାକୁ ଲକ୍ଷ୍ୟ ରଖିଥିବା ବେଳେ, ରାଜ୍ୟରେ ମଧ୍ୟ ଶାସକ ବିଜେଡି ଶାସନ କ୍ଷମତା ଅକ୍ତିଆର କରିବାକୁ ଲକ୍ଷ୍ୟ ରଖିଛି । ହେଲେ କେନ୍ଦ୍ରରେ ବିଜେପିକୁ କଂଗ୍ରେସ ଜୋରଦାର ଟକ୍କର ଦେଉଥିବାବେଳେ, ରାଜ୍ୟରେ ବିଜେଡିକୁ ଟକ୍କର ଦେଉଛି ବିଜେପି ।