କନକ ବ୍ୟୁରୋ: ହକି ମାନିଆରେ ରାଜ୍ୟ ବିଭୋର ରହିଥିବାବେଳେ ବିଶ୍ୱ ପୁରୁଷ ହକି ମହାକୁମ୍ଭକୁ ନେଇ ବୁଧବାର ସ୍ମାରକୀ ଡାକ ଟିକେଟ୍ ଉନ୍ମୋଚନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଚିବାଳୟରେ ଏହି ଡାକ ଟିକେଟକୁ ଉନ୍ମୋଚନ କରିଛନ୍ତି । ପୁରୁଷ ହକି ବିଶ୍ୱକପ ୨୦୧୮ ଅବସରରେ ଏହାକୁ ଉନ୍ମୋଚନ କରାଯାଇଛି। ଭିନ୍ନ ଭିନ୍ନ ୫ଟି ସ୍ମାରକୀ ଡାକ ଟିକେଟର ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି।
ହକିକୁ ବିଶ୍ୱସ୍ତରରେ ଅନ୍ୟ ଏକ ରୂପରେଖ ଦେବାକୁ ରାଜ୍ୟ ସରକାର ବିଭିନ୍ନ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି। ଚଳିତବର୍ଷ ଓଡିଶାର ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍ ଆୟୋଜିନ କରି ବେଶ ପ୍ରଶଂସା ସାଉଁଟୁ ଥିବା ରାଜ୍ୟ ସରକାର ପୁଣି ଥରେ ଏହାକୁ ସ୍ମରଣୀୟ କରିବା ପାଇଁ ଅନ୍ୟତମ ପଦକ୍ଷେପ ନେଇଛନ୍ତି। ତେବେ ୫ଟି ସ୍ମାରକୀ ଡାକରେ ଜୈବ ବିବିଧତା ଏବଂ ଓଡିଶାର ଐତିହ୍ୟ ସ୍ଥାନ ପାଇଛି । ଏହାର ମୂଲ୍ୟ ୫ ଟଙ୍କା ରହିଛି । ମୁଖ୍ୟମନ୍ତ୍ରୀ ଡାକ ବିଭାଗର ଏହି ଉଦ୍ୟମକୁ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଥିଲେ । ସେହିପରି ଉନ୍ନୟନ କମିଶନର ଆର ବାଲକ୍ରିଷ୍ଣନ କହିଥିଲେ ଯେ ଭୁବନେଶ୍ୱରରେ ହକି ବିଶ୍ୱ କପର ଆୟୋଜନ ଅବର୍ଣ୍ଣନୀୟ ଏବଂ ଅଲମ୍ପିକ୍ ଆୟୋଜନ ସହ ତୁଳନୀୟ ।
ଭୁବନେଶ୍ୱର ବର୍ତମାନ ସ୍ପୋଟର୍ସ କ୍ୟାପିଟାଲ ଭାବେ ବିଶ୍ୱରେ ପରିଚିତ ହୋଇ ପାରିଛି । ଚିଫ୍ ପୋଷ୍ଟ ମାଷ୍ଟର ଜେନେରାଲ ସନ୍ତୋଷ କୁମାର କାମିଲା କହିଛନ୍ତି ଯେ ପ୍ରସ୍ତୁତ ହୋଇଥିବା ୫ଟି ଷ୍ଟାମ୍ପରେ ଓଡିଶାର ଐତିହ୍ୟ ଓ ସଂସ୍କୃତିକୁ ସ୍ଥାନ ଦିଆଯାଇଛି । ହକି ବିଶ୍ୱକପର ଆୟୋଜନ ଓଡିଶା ଓ ଦେଶପାଇଁ ବର୍ଗର ବିଷୟ । ଏହାର ଆୟୋଜନ ଅଭୁଦପୂର୍ବ ହୋଇଛି । ଏହି ଆୟୋଜନ ଓଡିଶାକୁ ବିଶ୍ୱରେ ପରିଚିତ କରାଇବ । ଏଭଳି ଆୟୋଜନ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)