କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପରେ ଉଗ୍ର ହୋଇଛି ହିଂସା । ଏଠାରେ ପରିସ୍ଥିତି ଏତେ ଖରାପ ହୋଇଛି ଯେ, ଉପଦ୍ରବକାରୀଙ୍କ ଶିକାର ହୋଇଛନ୍ତି ଖୋଦ୍ ଆଡିସନାଲ ଏସପି ।

Advertisment

ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷଣା ପରେ ୨୪ ପ୍ରଗଣାରେ ପରିସ୍ଥିତି ଅଣାୟତ୍ତ ହୋଇଛି । ଏଠାରେ ହିଂସାରେ ଇଣ୍ଡିଆନ୍ ସେକ୍ୟୁଲାର ଫ୍ରଣ୍ଟର ଜଣେ କର୍ମୀଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । କେବଳ ଏତିକି ନୁହେଁ , ପୁରା ଅଞ୍ଚଳ ବୋମା ମାଡ ଓ ଗୁଳିମାଡରେ ଥରିଥିଲା । ଏପରିକି ଆଡିସନାଲ ଏସପିଙ୍କୁ ଗୁଳିମାଡ ହୋଇଛି । ଆହତ ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ନିର୍ବାଚନ ପରେ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛି ମୁର୍ଶିଦାବାଦ, କୁଚବିହାର, ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା । ଏଠାରେ ମତଦାନ ସମୟରେ ବୁଥମାନଙ୍କରେ ଉପଦ୍ରବକାରୀମାନେ ପଶି ବ୍ୟ।।ଟ ବକ୍ସ ଉଠାଇନେଇଥିବା ଦେଖିବାକୁ ମିଳିଥିଲା । ଏହାପରେ ସାନି ମତଦାନ ହୋଇଥିଲା ।