କନକ ବ୍ୟୁରୋ : ୧୯୯୯ ରେ ବ୍ରଟିଶ ସରକାର ନିୟନ୍ତ୍ରିତ ପୋଷ୍ଟ ଅଫିସ ଜାପାନର କମ୍ପାନୀ ଫୁଜିଟୁରୁ ହୋରିଜନ୍ ଆଇଟି ସେବା ହାସଲ କରିଥିଲା । ଏହା ମାଧ୍ୟମରେ ବିକ୍ରୟ ଆକାଉଟିଂ କାର୍ଯ୍ୟ କରାଯାଉଥିଲା । କିଛି ସମୟପରେ ଡାକଘରରୁ ପୋଷ୍ଟ ମାଷ୍ଟରମାନେ ଜାଣିବା ପାଇଁ ପାଇଲେ କି ଆକାଉଣ୍ଟରେ ସ୍ୱାଭାବିକ କ୍ଷତି ଘଟୁଛି । ଏସବୁ କ୍ଷତିପୂରଣ ପାଇଁ ପୋଷ୍ଟ ମାଷ୍ଟରଙ୍କୁ ଦାୟି କରାଗଲା । ପୋଷ୍ଟ ମାଷ୍ଟରଙ୍କୁ କøଣସି ବି ପ୍ରକାରର କ୍ଷତି ପାଇଁ ବିବେଚନା କରାଯାଉଥିଲା । ସେତେବେଳେ ଡାକଘର ପ୍ରଶାସନ ଏହାର ଆଇଟି ସିଷ୍ଟମକୁ ବିଚାର କରି ପୋଷ୍ଟ ମାଷ୍ଟରଙ୍କ ଉପରେ ସମସ୍ତ ଦାୟିତ୍ୟ ଦେଇଦେଇଥିଲେ ।
ଯେତେବେଳେ ପୋଷ୍ଟ ଅଫିସ୍ ଆଇଟି ସିଷ୍ଟମରେ ଥିବା ଭୁଲ ପରିବର୍ତ୍ତେ ଦୋଷ ପୋଷ୍ଟ ମାଷ୍ଟରଙ୍କ ଉପରେ ଲଗାଇଲା ସେତେବେଳେ ଏହା ପୋଷ୍ଟମାଷ୍ଟରଙ୍କ କାର୍ଯ୍ୟ ଉପରେ ପ୍ରଭାବ ପକାଇଲା । ୨୦୦୦ ରୁ ୨୦୧୪ ଭିତରେ ୯୦୦ କର୍ମଚାରୀଙ୍କୁ ଚାକିରୀରୁ କାଢିଦିଆଗଲା । ସେମାନଙ୍କ ଭିତରୁ କିଛିଜଣଙ୍କୁ ଦୋଷି ସାବ୍ୟସ୍ତ କରି ଜେଲରେ ରଖାଯାଇଥିଲା । ୨୦୦୯ରେ କମ୍ପ୍ୟୁଟର ସାପ୍ତାହିକ ନାମକ ଏକ ପତ୍ରିକା ପ୍ରଥମଥର ପାଇଁ ରିପୋର୍ଟ କରିଥିଲା ଯେ ପୋଷ୍ଟମାଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ପ୍ରକୃତରେ ତାଙ୍କର ସେଥିରେ କୌଣସି ଦୋଷ ନ ଥିଲା ।
ଭାରତୀୟ ହଂସମୁଖ ଶିଗଡିଆ ମଧ୍ୟ ଡାକଘରର ଦୁର୍ନୀତିର ଶିକାର ହୋଇଥିଲେ । ତାଙ୍କୁ ପ୍ରିନ୍ସ ୱିଲିୟମ୍ସ ଏବଂ କେଟ୍ ମିଡଲଟନଙ୍କ ବାହଘରରେ ଆନୁଷ୍ଠାନିକଭାବରେ ନିମନ୍ତ୍ରଣ କରାଯାଇଥିଲା । ହଂସମୁଖ ଶିଗାଡିଆ କହିଛନ୍ତି କି ସେ ଏପରି ଏକ ଦଣ୍ଡ ଭୋଗିଛନ୍ତି ଯାହା ସେ କେବେ କରିନଥିଲେ । ସେ ମଧ୍ୟ କେଟ୍ ମିଡିଲେଟକୁ ଧନ୍ୟବାଦ ଜଣାଇଛନ୍ତି ଏବଂ କହିଛନ୍ତି କି ସେ କଷ୍ଟ ସମୟରେ ସାହାଯ୍ୟ କରିବା ପାଇଁ ଆଗେଇଅସିଥିଲେ ।
ଏକ ପତ୍ରିକା ତା’ର ଅନୁସନ୍ଧାନ ରିପୋର୍ଟରୁ ଜାଣିବାକୁ ପାଇଥିଲା କି, ଯେ ଦୋଷ ଡାକ ବିଭାଗର ଆଇଟି ସିଷ୍ଟମରେ ଥିଲା । ପରେ ଏକ ତଦନ୍ତ ଆରମ୍ଭ ହୋଇଥିଲା । ୨୦୧୫ ରେ ଡାକ ବିଭାଗର ସିଇଓ ପାଲା ଭେନେଲ୍ସ ସଂସଦୀୟ କମିଟିକୁ କହିଥିଲେ କି ଏହି ଭୁଲ ପଛରେ ପୋଷ୍ଟ ମାଷ୍ଟରଙ୍କର ଦୋଷ ଥିବା ନେଇ କୌଣସି ପ୍ରମାଣ ନାହିଁ । ହେଲେ ବିନା ଦୋଷରେ ସେମାନଙ୍କ ଉପରେ ବିଭିନ୍ନ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଅଭିଯୁକ୍ତ କର୍ମଚାରୀମାନେ ୨୦୧୬ ରେ ଲଣ୍ଡନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୩ ବର୍ଷର ଆଇନଗତ ପ୍ରକ୍ରିୟା ପରେ କୋର୍ଟ ରାୟ ଶୁଣାଇଥିଲେ କି ଏହି ମାମଲାରେ ଦୋଷ କୌଣସି ପୋଷ୍ଟମାଷ୍ଟରଙ୍କର ନୁହେଁ ବରଂ ସମସ୍ତ ଦୋଷ ହୋରିଜନ ଆଇଟିର ।
୨୦୨୪ ଜାନୁଆରୀ ୧ ରେ ଏକ ଟିଭି ଡକୁଡ୍ରାମା ମିଷ୍ଟର ବ୍ୟାଟ୍ସ ବନାମ ଡାକ ବିଭାଗ ଏହି ପ୍ରସଙ୍ଗରେ ଟେଲିକାଷ୍ଟ ହୋଇଥିଲା । ଏଥିରେ ଆଲାନ ବ୍ୟାଟ୍ସ ନାମକ ଜଣେ ପୋଷ୍ଟମାଷ୍ଟରଙ୍କ କାହାଣୀ ଉଲ୍ଲେଖ କରାଯାଇଥିଲା । ଆଲାନ ବ୍ୟାଟ୍ସ ଏହି ମାମଲାରେ ପ୍ରକୃତ ଦୋଷୀଙ୍କୁ ଧରିବାକୁ ଦୀର୍ଘ ୨୦ ବର୍ଷ ଧରି ଅନବରତ ପ୍ରୟାସ ଜାରି ରଖିଥିଲେ ।