ପୋଷ୍ଟ ଅଫିସର ଶାନଦାର୍ ସ୍କିମ୍: ଶହେ ଟଙ୍କା ଭରନ୍ତୁ ଲକ୍ଷପତି ବନନ୍ତୁ…! କମ୍ ଟଙ୍କାରେ ବଡ ସଂଚୟର ସୁବିଧା ଦେଉଛି ଭାରତୀୟ ଡାକ ବିଭାଗ

ମାତ୍ର ୧୦୦ ଟଙ୍କା ଜମା କଲେ ଆପଣଙ୍କୁ ମିଳିବ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ରିଟର୍ଣ୍ଣ..ଜାଣନ୍ତୁ କିଭଳି ଏବଂ କେଉଁମାନେ ପାଇପାରିବେ ପୋଷ୍ଟ ଅଫିସରେ ଏହି ସୁବିଧା...

436

କନକ ବ୍ୟୁରୋ: ସମସ୍ତେ ଚାହାଁନ୍ତି ରୋଜଗାର କରୁଥିବା ଟଙ୍କା ମଧ୍ୟରୁ କିଛି ଟଙ୍କା ସେଭିଂ କରି ରଖିବା ପାଇଁ । କିନ୍ତୁ ପ୍ରତିଦିନର ଖର୍ଚ୍ଚ ଏବଂ ଅନ୍ୟାନ୍ୟ କାରଣ ପାଇଁ ଟଙ୍କା ସଂଚୟ କରିବା ସମ୍ଭପର ହୋଇନଥାଏ ।  ସେହିଭଳି କିଛି ଲୋକ ନିଜ ରୋଜଗାର ଟଙ୍କାରୁ  କିଛି କିଛି ପଇସା ସେଭିଂ କରିବା ଲାଗି ଛୋଟ ଛୋଟ ରକମକୁ ସେଭିଂ କରିଥାନ୍ତି । ମାତ୍ର ଏହାପରେ ବି ବଡ ରକମର ଟଙ୍କା ସେଭିଂ କରିପାରିନଥାନ୍ତି । ଏବେ କିନ୍ତୁ ଏହା ସମ୍ଭବ ହୋଇପାରିବ । ପ୍ରତିଦିନର ଖର୍ଚ୍ଚରୁ ଯଦି ଆପଣ ୧୦୦ ଟଙ୍କା ବଂଚାଇ ଭାରତୀୟ ଡାକ ବିଭାଗରେ ନିବେଶ କରିବେ ଭବିଷ୍ୟତରେ ଆପଣ ନିଶ୍ଚୟ ଲକ୍ଷାଧିକ ଟଙ୍କାର ଫଣ୍ଡର ମାଲିକ ହୋଇପାରିବେ ।

କମ୍ ଟଙ୍କାରେ ଅଧିକ ସଂଚୟ ପାଇଁ ପ୍ରାୟତଃ ସମସ୍ତେ ଚାହାନ୍ତି । ଆଉ ଲୋକଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୋଷ୍ଟ ଅଫିସ ମଧ୍ୟ ଅନେକ ଆକର୍ଷୀୟ ଯୋଜନା ଆରମ୍ଭ କରିଛି । ଯେଉଁଥିରେ ସଂଚୟ ଖାତାରୁ ଆରମ୍ଭ କରି ବଡ ବଡ ଫଣ୍ଡରେ ଟଙ୍କା ନିବେଶ କରି କୋଟିପତି ହେବାର ସୁବିଧା ରହିଛି । ତେବେ ପୋଷ୍ଟାଲର ଏଭଳି ଅନେକ ଯୋଜନା ମଧ୍ୟରୁ ଆରଡି ତଥା ରିକ୍ୟୁରିଂ ଡିପୋଜିଟ୍ ଗୋଟିଏ । ଯାହାକି ଏକ ସଂଚୟ ସ୍କିମ୍ । ତେବେ ଏହି ଖାତାରେ ଆପଣ ପ୍ରତିଦିନ ମାତ୍ର ୧୦୦ ଟଙ୍କା ନିବେଶ କରି ଆପଣ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଫଣ୍ଡ ପାଇପାରିବେ । ବଡ କଥା ହେଉଛି, ପୋଷ୍ଟ ଅଫିସର ଏହି ଆକାଉଂଟ ଉପରେ ଆପଣଙ୍କୁ  ସରକାରୀ ବ୍ୟାଙ୍କ ତୁଳନାରେ ଅଧିକ ସୁଧ ମିଳୁଥିବା ବେଳେ ଏଥିରେ ଆପଣଙ୍କୁ କୌଣସି ବି ପ୍ରକାରର ମିନିମମ ବାଲାନ୍ସ ମଧ୍ୟ ରଖିବାକୁ ଆବଶ୍ୟକତା ପଡିନଥାଏ ।

କିସ୍ତି ନଦେଇନପାରିଲେ ଲାଗିବ ଫାଇନ୍

ଯଦି ଆପଣ ଧାର୍ଯ୍ୟ ଟଙ୍କା ନିର୍ଧାରିତ ସମୟସୀମା ମଧ୍ୟରେ ଜମା କରିନପାରନ୍ତି ତେବେ ଏଥିପାଇଁ  ଆପଣଙ୍କୁ ଫାଇନ୍ ଭରିବାକୁ ପଡିବ । ସେହିଭଳି ଲଗାତାର ୪ଟି କିସ୍ତି ଭରିନପାରିଲେ ଖାତାଧାରକଙ୍କ ଖାତା ବନ୍ଦ କରିଦିଆଯିବ । ତେବେ ଖାତା ବନ୍ଦ ହେବା ପରେ ବି ଆପଣ ଆସନ୍ତା ଦୁଇ ମାସ ପର୍ଯ୍ୟନ୍ତ ଏହାକୁ ପୁଣିଥରେ ସଂକ୍ରିୟ ଖୋଲିପାରିବେ ।

କେଉଁମାନେ ଖୋଲିପାରିବେ ଖାତା

• କୌଣସି ବି ବ୍ୟକ୍ତି ନିଜ ନାଁରେ ଯେତୋଟି ବି ଆରଡି ଖୋଲିପାରିବେ

• ଏଥିରେ ଖାତା ସଂଖ୍ୟାକୁ ନେଇ କୌଣସି ବି ପ୍ରତିବନ୍ଧକ ରଖାଯାଇନାହିିଁ

• ଦୁଇ ଜଣ ବ୍ୟକ୍ତି  ଚାହିଁଲେ ଜଏଂଟ ଆରଡି ଆକାଉଂଟ ବି ଖୋଲିପାରିବେ

• ପର୍ସନାଲ୍ ଆରଡି ଖାତାକୁ ବି ଜଏଂଟ ଆକାଉଂଟରେ ପରିବର୍ତ୍ତିତ କରିହେବ