ଗାଁ ଝିଅ ପାଇଲେ ଟାଟାରେ ଚାକିରି : ଟାଟା ଇଲକ୍ଟ୍ରୋନିକ୍ସରେ ନିଯୁକ୍ତି ପାଇଲେ ପଛୁଆ ଅଞ୍ଚଳର ହଜାରେରୁ ଅଧିକ ଝିଅ

ଗାଁ ଝିଅ ପାଇଲେ ଟାଟାରେ ଚାକିରି : ଟାଟା ଇଲକ୍ଟ୍ରୋନିକ୍ସରେ ନିଯୁକ୍ତି ପାଇଲେ ପଛୁଆ ଅଞ୍ଚଳର ହଜାରେରୁ ଅଧିକ ଝିଅ

କନକ ବ୍ୟୁରୋ : ଗାଁ ଝିଅ ପାଇଲେ ଟାଟାରେ ଚାକିରି । ଦେଶର ଅନ୍ୟତମ ବୃହତ କମ୍ପାନୀ ଟାଟାରେ ଓଡିଶାର ହଜାରେରୁ ଅଧିକ ଆଦିବାସୀ ଝିଅ ଭଲ ଚାକିରୀ ପାଇଛନ୍ତି । ଟାଟା ଇଲକ୍ଟ୍ରୋନିକ୍ସ ସିଷ୍ଟମ ଲିମିଟେଡରେ ଜୁନିଅର ଟେକ୍ନିସିଆନ ନିଯୁକ୍ତି ପାଇବା ପରେ ଆଦିବାସୀ ଝିଅମାନେ ବିମାନରେ ତାମିଲନାଡୁ ଗସ୍ତ କରିଛନ୍ତି । ସେଠାରେ ସେମାନେ ୬ମାସ ତାଲିମ ପାଇବା ପରେ ଚାକିରୀରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।

ସମସ୍ତଙ୍କ ବୟସ ୧୮ରୁ ୨୧ ବର୍ଷ ହୋଇଥିବା ବେଳେ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ । ଆଦିବାସୀ ଅଞ୍ଚଳର ଗରିବ ପରିବାରର ଝିଅଙ୍କ ଉଚ୍ଚ ଶିକ୍ଷା ଲାଭ କରିବା ସହଜ ନୁହେଁ । ଆତ୍ମନିର୍ଭର ହେବାକୁ ଇଛା ଥିଲେ ମଧ୍ୟ ଆଗକୁ ବଢିବାର ସୁଯୋଗ ନଥିଲା । କିନ୍ତୁ ସେମାନଙ୍କ ସ୍ୱପ୍ନକୁ ବାସ୍ତବରେ ପରିଣତ କରିଛି ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ । ରାଜ୍ୟର ପଛୁଆ ଅଞ୍ଚଳର ଏହି ଝିଅଙ୍କୁ ଟାଟା ଭଲ ଚାକିରି ଦେଇଥିବା ବେଳେ ସେମାନଙ୍କ ମୁହଁରେ ହସ ଫୁଟାଇଛି ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ । ଓଡିଶାର ହଜାରରେ ଅଧିକ ଆଦିବାସୀ ଝିଅଙ୍କୁ ଟାଟା ଇଲକ୍ଟ୍ରୋନିକ୍ସ ସିଷ୍ଟମ ଲିମିଟେଡ ଜୁନିଅର ଟେକ୍ନିସିଆନ ଭାବେ ନିଯୁକ୍ତି ପାଇଛନ୍ତି । ଆଉ ଟାଟା କମ୍ପାନୀ ଓ ଆଦିବାସୀ ଝିଅଙ୍କ ମଧ୍ୟରେ ଯୋଗ ଯୋଗର ମାଧ୍ୟମ ସାଜିଥିଲା ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe