କନକ ବ୍ୟୁରୋ: ସୁନ୍ଦରଗଡ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ମୃତକଙ୍କ ଚାଲିଛି ଶବ ବ୍ୟବଚ୍ଛେଦ । ଏହାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଶୋକାକୂଳ ପରିବେଶ । ୫ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଅପରାହ୍ଣରେ ସମସ୍ତଙ୍କୁ କବର ଦିଆଯିବ ବୋଲି ଜଣା ପଡିଛି ।

Advertisment

ରବିବାର ସୁନ୍ଦରଗଡ ସଦର ଥାନା ଟାଙ୍ଗରାମୁଣ୍ଡା ନିକଟ ଏକ ଅଟୋକୁ ବାଲି ବୋଝେଇ ହାଇୱା ଧକ୍କା ଦେବାରୁ ଘଟଣା ସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ଭିତରେ ଜଣେ ଶିଶୁ ରହିଥିଲା । ସମସ୍ତେ ମୁସଲିମ୍ ସମ୍ପ୍ରଦାୟର । ସମସ୍ତେ ରିଜେଂଟ୍ ମାର୍କେଟ୍ ନିକଟ ବଗିଚାପଡାର ବାସିନ୍ଦା ।