କନକ ବ୍ୟୁରୋ : ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳରେ ବଣଭୋଜି ମନା । ଉଦୟପୁର ଜଙ୍ଗଲରେ ପିକ୍ନିକ୍ କରିବାକୁ ମନା କରିଛି ବନ ବିଭାଗ । ତେଣୁ ପର୍ଯ୍ୟଟକମାନେ ଓଡିଶାରେ ଗାଡି ରଖି ପଶ୍ଚିମବଙ୍ଗର ମୁହାଁ ହେଉଛନ୍ତି । ଉଦୟପୁର ବେଳାଭୂମି ଖାଲି ପଡିଥିବା ବେଳେ ଦୀଘା ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ଜମୁଛି । ବୁଲାବୁଲି ସହ ଭୋଜିଭାତର ଆସର ଜମୁଛି । ଫଳରେ ଉଦୟପୁର ବେଳାଭୂମୀ ଆଶାରେ ଦୋକାନ ଖୋଲିଥିବା ବ୍ୟବସାୟୀ ନାରସ ହୋଇଛନ୍ତି ।
ଉଦୟପୁର ମେରାଇନ୍ ଡ୍ରାଇଭର କାମ ଚାଲିଛି । ତେଣୁ ବେଳାଭୂମି ରାସ୍ତାକୁ ସଂପୂର୍ଣ୍ଣ ଟିଣ ବାଡ଼ରେ ବନ୍ଦ କରାଯାଇଛି । ବନ ବିଭାଗର ଏଭଳି କଠୋର ନିଷ୍ପତିକୁ ନେଇ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି । ଏନେଇ ପୂର୍ବରୁ ସ୍ଥାନୀୟ ଜଙ୍ଗଲ କମିଟି ରେଂଜର ଓ ବନପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି । ତଥାପି ଏ ଦିଗରେ କୌଣସି ନିଷ୍ପତି ହୋଇନାହିଁ ।
ଯଦି ଆଗାମୀ ଦିନରେ ବନ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯାଏ, ତେବେ ଉଦୟପୁର ବେଳଭୂମୀ ନିକଟ ଅଧିବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।