କନକ ବ୍ୟୁରୋ : ଆସ୍କାରେ ନିର୍ବାଚନ ପରବର୍ତୀ ହିଂସା । ଧରାକୋଟ ଥାନାର ସୁନ୍ଦିପଲ୍ଲୀ ଗାଁରେ ନିର୍ବାଚନ ପରବର୍ତୀ ହିଂସା । ଗାଁର ମିଟୁ ବିଶୋୟୀଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏପରିକି ମିଟୁଙ୍କ ମୁଣ୍ଡ ଓ ଗୋଡ଼କୁ ହଣା ଯାଇଥିବା ଦାଗ ରହିଛି । ଘଟଣାସ୍ଥଳରେ ବଡ଼ଗଡ଼ ପୋଲିସ ଓ ଧରାକୋଟ ପୋଲିସ ପହଂଚି ଶବ ଜବତ କରି ତଦନ୍ତ ଜାରି ରଖିଛି ।
ତେବେ ମିଟୁଙ୍କର କେଉଁ ରାଜନୈତିକ ଦଳ ସହ ସମ୍ପର୍କ ଥିଲା, କେଉଁ କାରଣରୁ ତାଙ୍କୁ ହତ୍ୟା କରାଗଲା ଏବଂ କିଏ ହତ୍ୟା କରିଛି ତାହା ଏବେ ଯାଏଁ ସ୍ପଷ୍ଟ ହୋଇପାରିନି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/06/1594384462.jpg)