କନକ ବ୍ୟୁରୋ : ବ୍ରହ୍ମପୁରରେ ନିର୍ବାଚନ ପରବର୍ତୀ ହିଂସା । ଗୋଷାଣୀନୂଆଁ ଥାନା ଅନ୍ତର୍ଗତ ବ୍ରିଟ କଲୋନୀରେ ପରାଜିତ ପ୍ରାର୍ଥୀଙ୍କ ଘର ଆଗରେ ରାତି ଅଧରେ ଆତଙ୍କ ଖେଳାଇଲେ ଦୁର୍ବୃତ । ପରାଜିତ ପ୍ରାର୍ଥୀଙ୍କ ଘର ଉପରକୁ ଆକ୍ରମଣ କରିବା ସହ ବାଇକ ଭାଙ୍ଗି ଚୁରମାର ହୋଇଯାଇଛି । ପୂର୍ବତନ କର୍ପୋରେଟର ତଥା ଏଥର ୧୨ ନମ୍ବର ୱାର୍ଡର ସ୍ୱାଧୀନ ପ୍ରାର୍ଥୀ ବିରେନ ପଟ୍ଟନାୟକ ଓ ତାଙ୍କ ପତ୍ନୀ ତଥା ୧୪ ନମ୍ବର ୱାର୍ଡର ବିଜେପି ପ୍ରାର୍ଥୀ ସସ୍ମିତା ଦାସ ଏଥର ନିର୍ବାଚନ ଲଢୁଥିଲେ ।
ଉଭୟ ଗତକାଲି ନିର୍ବାଚନ ଫଳାଫଳରେ ପରାଜିତ ହୋଇଛନ୍ତି । ଏମାନେ ଗତକାଲି ରାତିରେ ଶୋଇଥିବାବେଳେ ସେମାନଙ୍କ ଘର ଆଗରେ ଆତଙ୍କରାଜ ଚଳାଇଥିଲେ ଦୁର୍ବୃତ । ଏମାନେ କାରରେ ଆସି ବିରେନଙ୍କ ଘର ଦାଣ୍ଡରେ ଥିବା ବାଇକକୁ ପଥରରେ ଭାଙ୍ଗିଥିଲେ । ପରାଜିତ ପ୍ରାର୍ଥୀ ପାଟିତୁଣ୍ଡ ଶୁଣିବା ପରେ ବାହାରକୁ ଆସି ନିଜ ମୋବାଇଲରେ ଭିଡିଓ ଉତୋଳନ କରିଥିଲେ । ବ୍ରହ୍ମପୁର ମହାନଗର ନିର୍ବାଚନରେ ବିରେନଙ୍କୁ ଦଳୀୟ ଟିକେଟ ନ ମିଳିବାରୁ ସ୍ୱାଧାନ ପ୍ରାର୍ଥୀ ହୋଇଥିଲେ । ଏହାକୁ ନେଇ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଲୋକ ଅସନ୍ତୁଷ୍ଟ ଥିଲେ । ତେବେ ଘଟଣାପଛରେ କେଉଁମାନେ ଅଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/03/Screen-Shot-2022-03-27-at-8.17.02-AM.png)