କନକ ବ୍ୟୁରୋ: ବାତ୍ୟା ଚାଲିଯାଇଛି, ହେଲେ ଛାଡି ଯାଇଛି କ୍ଷତ ଚିହ୍ନ । ପବନ ଓ ପାଣି ମାଡରେ ବହୁ ଘର ମାଟିରେ ମିଶିଛି । ଚାଳ ଛପର ଉଡିଯାଇଛି । ବାତ୍ୟା ଆଶ୍ରୟସ୍ଥଳୀରୁ ଫେରିବା ପରେ ଲୋକଙ୍କୁ ଦୁର୍ଦ୍ଦଶା ବଢିଛି । ମୁଣ୍ଡ ଗୁଂଜିବାକୁ ଜାଗା ନାହିଁ, କି ଖାଇବାକୁ ଘରେ ଦାନା ନାହିଁ । ଗାଁକୁ ଫେରିବା ପରେ ଲୋକେ ଘର ସଜାଡିବାରେ ଲାଗି ପଡିଛନ୍ତି ।
ବାତ୍ୟା ଚାଲିଯିବା ପରେ ଲୋକଙ୍କ ଦୁର୍ଦ୍ଦଶା ବଢିଛି । ବାଲେଶ୍ୱର ଜିଲ୍ଲା ହରିପୁର ଅଂଚଳରେ ଲୋକେ ବାତ୍ୟା ପୂର୍ବରୁ ଘର ଛାଡି ଯାଇଥିଲେ ବାତ୍ୟା ଆଶ୍ରୟସ୍ଥଳ, ହେଲେ ଫେରିଲା ବେଳକୁ ଘର ନାହିଁ । ଲୁଣା ପାଣି ଧୋଇ ନେଇଛି ଝାଟିମାଟିର ଘରା ପାଣି ଛାଡିବା ପରେ ଏବେ ଘର ସଜଡା ଚାଲିଛି । ଏପଟେ ଝାଟିମାଟିର ଘର କାଦୁଅ କାଦୁଅ, ସମସ୍ତ ଜନିଷ ପତ୍ର ଓଦା ଦେଖି ବାତ୍ୟା ବିପନ୍ନଙ୍କ ଆଖିରୁ ଲୁହ ଝରୁଛି ।
ଅନ୍ୟପଟେ ଘରୁ ପାଣି ଛାଡିଛି ସତ, ହେଲେ ଦୁଆର ମୁହଁ ଦେଇ ବୋହି ଯାଉଛି । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା । ଘର ଭିତର କାଦୁଅ କାଦୁଅ । ଘରେ ପାଦ ରଖିବାକୁ ଜାଗା ନାହିଁ, ପଟା ପକାଇ ଘର ଭିତରକୁ ଯିବା ଆସିବା କରୁଛନ୍ତି । କିଏ ପାଣିରେ ଧୋଇଯାଇଥିବା କାନ୍ଥରେ ମାଟିର ପ୍ରଲେପ ଦେଉଛି, ତ କିଏ ଚାଳ ଛଫର ପକାଉଛି । ରାଜନଗର ବ୍ଲକର ଅନେକ ଘର ବାତ୍ୟାରେ ମାଟି କାମୁଡି ପଡିଛି ।
ବାତ୍ୟା ଯିବା ପରେ ଯନ୍ତ୍ରଣା ବଢିଛି । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଡାଲଙ୍ଗ ଗାଁରୁ ଏବେ ବି ପାଣି ଛାଡିନି । ଚାଳଛପର ଘର ମାଟିରେ ମିଶିଛି । ଆସବାବପତ୍ର, ଦରକାରୀ ଦସ୍ତାବିଜ ପାଣିରେ ଭାସିଯାଇଛି । ଯାହା କିଛି ରହିଛି କାନ୍ଥ ପଡିଯାଇଥିବାରୁ ଉଦ୍ଧାର ହୋଇପାରୁନି । ବାତ୍ୟା ଆଶ୍ରୟସ୍ଥଳୀ ବନ୍ଦ ହୋଇଯାଇଥିବା ବେଳେ ମୁଣ୍ଡ ଗୁଞ୍ଜିବାକୁ ଜାଗାନାହିଁ କି ଖାଇବାକୁ ପାଖରେ କିଛି ନାହିଁ । ସେହିପରି ବାଲେଶ୍ୱର ଜିଲ୍ଲା ସୋର ଅଂଚଳରେ ବିଜୁଳି ଓ ପାନୀୟ ଜଳର ସମସ୍ୟା ଭୋଗୁଛନ୍ତି ଲୋକେ । ବାତ୍ୟାରେ ବିଜୁଳି ଖୁଂଟ ଉପୁଡି ପଡିବା, ତାର ଉପରେ ଗଛ ପଡିଯାଇଥିବାରୁ ବିଜୁଳି ସରବରାହ ବନ୍ଦ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/05/PHOTO-01.png)