କନକ ବ୍ୟୁରୋ: ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ । ଏହା ଉତର ପଶ୍ଚିମ ଦିଗରେ ଗତି କରି ୧୨ ଘଣ୍ଟା ମଧ୍ୟରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ । ଆସନ୍ତାକାଲି ସଂଧ୍ୟା ସଂଧ୍ୟା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ । ଉତ୍ତର-ପଶ୍ଚିମ ଦିଗରେ ଗତି କରି ୧୦ ତାରିଖରେ ପହଞ୍ଚିପାରେ ଉତର ଆନ୍ଧ୍ର ଓ ଓଡ଼ିଶା ଉପକୂଳ । ଆସନ୍ତାକାଲି ରାତିରୁ ପବନର ବେଗ ବଢିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । କାଲି ପବନର ବେଗ ଘଂଟା ପ୍ରତି ୫୫ରୁ ୬୫ କିଲୋମିଟର ବେଗରେ ବହିପାରେ । ଯାହାର ଝଟକା ୭୫ କିମି ପର୍ଯ୍ୟନ୍ତ ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

Advertisment

ଆସନ୍ତା ୧୦ ତାରିଖ ବେଳକୁ ଏହି ଝଡ ଉତ୍ତର ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳ ପାଖାପାଖି ପହଂଚିବାର ସମ୍ଭାବନା ରହିଛି । ତେବେ ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ସନ୍ଦେହ କରାଯାଉଛି ଓଡିଶା ଉପକୂଳରୁ ଏହି ଝଡ ମୋଡ ବଦଳାଇବା ଆଶଙ୍କା ରହିଛି । କିନ୍ତୁ ଏବେଠାରୁ କିଛି କହିହେବ ନାହିଁ ବୋଲି କହିଛି ଆଇଏମଡି । ତେବେ ଏହି ସମୟରେ ଉପକୂଳ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି ।

ରାଜ୍ୟର ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଗଂଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ମତ୍ସଜୀବୀଙ୍କୁ ସମୁଦ୍ର ଯିବା ପାଇଁ ମନା କରାଯାଇଛି । ଏହି ସମୟ ମଧ୍ୟରେ ସମୁଦ୍ର ଭୀଷଣ ଆଶାନ୍ତ ହେବାର ଆଶଙ୍କା ଥିବାରୁ ସମୁଦ୍ର ଭିତରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଫେରି ଆସିବାକୁ କୁହାଯାଇଛି ।