ଆବଶ୍ୟକତା ଠାରୁ ଅଧିକ ଗ୍ରୀନ୍ ଟି ପିଇବା ଦ୍ୱାରା ଶରୀରକୁ ପହଂଚିଥାଏ କ୍ଷତି ! ଜାଣନ୍ତୁ କେଉଁ ସବୁ  ସମସ୍ୟା ହୋଇଥାଏ 

254

ସାଧାରଣତଃ ଲୋକମାନେ ନିଜର ଓଜନ କମ୍ କରିବା ପାଇଁ ଗ୍ରୀନ୍ ଟିର ସେବନ କରିଥାନ୍ତି । କିନ୍ତୁ ଏହା ଶରୀର ପାଇଁ ଯେତିକି ଲାଭଦାୟକ ସେତିକି କ୍ଷତିକାରକ ମଧ୍ୟ । ଦରକାରଠାରୁ ଅଧିକ ଗ୍ରୀନ୍ ଟି ପିଇବା ଦ୍ୱାରା ବା ଭୁଲ ସମୟରେ ଗ୍ରୀନ୍ ଟି ପିଇବା ଦ୍ୱାରା ଶରୀରକୁ ଫାଇଦା ମିଳିବା ପରିବର୍ତ୍ତେ କ୍ଷତି ପହଞ୍ଚିଥାଏ । ଦିନକୁ କେବଳ ୨-୩କପ୍ ଗ୍ରୀନ୍ ଟି ପିଇବା ଦରକାର । ଏହା ଠାରୁ ଅଧିକ ଗ୍ରୀନ୍ ଟି ପିଅନ୍ତୁ ନାହିଁ। ଆସନ୍ତୁ ଜାଣିବା ଭୁଲ ସମୟରେ ବା ଅଧିକ ଗ୍ରୀନ୍ ଟି ପିଇବା ଦ୍ୱାରା ଶରୀରର କ’ଣ କ୍ଷତି ହୋଇଥାଏ ।

୧. ଗ୍ରୀନ୍ ଟିରେ ଥିବା ୨୨୭ ଗ୍ରାମ୍ ଚା’ରେ ୨୪-୪୫ ମିଲିଗ୍ରାମ୍ କେଫିନ୍ ରହିଥାଏ । ଯାହାଦ୍ୱାରା ହୃଦୟର ସ୍ପନ୍ଦନ ଅନିୟମିତ ହେବା ସହ ହୃଦଜନିତ ସମସ୍ୟା ଆରମ୍ଭ ହୋଇଯାଇଥାଏ ।

୨. ଅଧିକ ଗ୍ରୀନ୍ ଟି ପିଇବା ଦ୍ୱାରା ଏହାର ଖରାପ ପ୍ରଭାବ ପାଚନକ୍ରିୟାରେ ପଡ଼ିଥାଏ । ଯାହାଦ୍ୱାରା ପେଟ ବିନ୍ଧା ହେବା, କୋଷ୍ଠକାଠିନ୍ୟ ଏବଂ ଏସିଡିଟି ହେବା ଭଳି ସମସ୍ୟା ଦେଖାଯାଇଥାଏ ।

୩. ଅଧିକ ମାତ୍ରରେ ଗ୍ରୀନ୍ ଟି ପିଇବା ଦ୍ୱାରା ଆନେମିଆ ରୋଗ ହେବାର ଆଶଙ୍କା ବଢ଼ି ଯାଇଥାଏ ।

୪. ଦିନକୁ ଦରକାରଠାରୁ ଅଧିକ ଗ୍ରୀନ୍ ଟି ପିଇବା ଦ୍ୱାରା ମୁଣ୍ଡ ବିନ୍ଧା ଭଳି ସମସ୍ୟା ଆରମ୍ଭ ହୋଇଯାଇଥାଏ ।