ବାତ୍ୟା ରୂପ ନେଇପାରେ ସମ୍ଭାବ୍ୟ ଲଘୁଚାପ: ଓଡିଶାକୁ ନାହିଁ ଭୟ ।

Advertisment
ବାତ୍ୟା ରୂପ ନେଇପାରେ ସମ୍ଭାବ୍ୟ ଲଘୁଚାପ: ଓଡିଶାକୁ ନାହିଁ ଭୟ ।

କନକ ବ୍ୟୁରୋ: ଆସନ୍ତା ୯ ତାରିଖ ଦକ୍ଷିଣ -ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ବାତ୍ୟାର ରୂପ ନେଇପାରେ । ଲଘୁଚାପ ସୃଷ୍ଟି ପରେ ଏହା ଶକ୍ତିଶାଳୀ ହୋଇ ୧୦ ତାରିଖ ରାତି କିମ୍ବା ୧୧ ତାରିଖ ଦିନରେ ବାତ୍ୟାରେ ପରିଣତ ହେବ । ପ୍ରତିବର୍ଷ ଏହି ମାସରେ ବାତ୍ୟା କିମ୍ବା ଲଘୁଚାପ ହେଉଥିବାବେଳେ ବର୍ତ୍ତମାନ ସମୁଦ୍ରର ତାପମାତ୍ରା ମଧ୍ୟ ଅଧିକ ରହିଛି । ତେଣୁ ଲଘୁଚାପ ବାତ୍ୟା ରୂପ ନେବାର ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗର ମଡେଲ ସୂଚନା ଦେଉଛି ।

ଯଦି ଏହି ଲଘୁଚାପ ବାତ୍ୟାରେ ପରିଣତ ହୁଏ ତେବେ ଓଡିଶା ଉପରେ ଏହାର ସିଧାସଳଖ ପ୍ରଭାବ ରହିବ ନାହିଁ ବୋଲି ପ୍ରାଥମିକ ଆକଳନ କରାଯାଇଛି । ବାତ୍ୟା ହେଲେ ଏହା ତାମିଲନାଡୁରେ ସ୍ଥଳଭାଗ ଛୁଇଁ ଓ ଶ୍ରୀଲଙ୍କା ଆଡକୁ ମୁହାଁଇବ ବୋଲି ଭାରତୀୟ ପାଣିପାଗ ମଡେଲରୁ ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe