କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟା ପାଇଁ ସତର୍କ କଲା ପାଣିପାଗ ବିଭାଗ । ୨୨ ତାରିଖରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମୁଦ୍ର ଅଶାନ୍ତ ପାଇଁ ମତ୍ସ୍ୟାଜାବୀଙ୍କୁ ବାରଣ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମୁଦ୍ର ନ ଯିବାକୁ ପରାମର୍ଶ ଦିଆଯାଇଛି । ସମୁଦ୍ରରେ ୪୫ରୁ ୫୫ କିମି ବେଗରେ ପବନ ବହିପାରେ । ଗଭୀର ସମୁଦ୍ରରେ ଅତିବେଶୀରେ ୬୫କିମି ଝଟକା ସମ୍ଭାବନା ରହିଛି ।

Advertisment

ସେପଟେ ବାତ୍ୟାକୁ ନେଇ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଉପକୂଳବର୍ତ୍ତୀ ଜିଲ୍ଲା ସହ ଗଜପତି ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୋଟ ୭ଟି ଜିଲ୍ଲାର ଜିଲ୍ଲାପାଳ ବାତ୍ୟା ସମ୍ପର୍କୀତ ବୈଠକରେ ସାମିଲ ହେବେ । ଅପରାହ୍ନ ୪ଟାରେ ଅନୁଷ୍ଠିତ ହେବ ବୈଠକ । ବାତ୍ୟା ପାଇଁ ସରକାର ପ୍ରସ୍ତୁତି ଥିବା କହିଲେ ରାଜସ୍ୱ ସଚିବ ।