ପଜିଟିଭ୍ ସେବାୟତଙ୍କୁ ଶ୍ରୀମନ୍ଦିର ମନା । ୧୭ ଦିନ ପୂର୍ବରୁ ଯାଇପାରିବେନି ଶ୍ରୀମନ୍ଦିର । ପଜିଟିଭ ଥାଇ ଶ୍ରୀମନ୍ଦିର ଗଲେ ରୁଜୁ ହେବ ମାମଲା ।

143

କନକ ବ୍ୟୁରୋ : ଶ୍ରୀମନ୍ଦିର ସେବାୟତଙ୍କ ଉପରେ ଲାଗିଲା କଟକଣା । ପଜିଟିଭ ସେବାୟତଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ବାରଣ କରାଯାଇଛି । ପଜିଟିଭ ଥିବା ସେବାୟତ ୧୭ ଦିନ ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ଯାଇପାରିବେନି । ପଜିଟିଭ ଥାଇ ଶ୍ରୀମନ୍ଦିର ଭିତରକୁ କଲେ ମାମଲା ରୁଜୁ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ।

ପଜିଟିଭ ଥିବା ସେବାୟତ ପ୍ରଶାସନକୁ ଜଣାଇବେ । ଏହାସହ ଶ୍ରୀମନ୍ଦିର ପରିସରରେ ଗୁଟଖା ଓ ପାନଛେପ ପକାଇଲେ ମଧ୍ୟ ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଛି ।

ଗତକାଲି ପୁରୀ ଶ୍ରୀମନ୍ଦିରରେ ୪୫୦ ଜଣ ସେବାୟତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେବାୟତ ଚିହ୍ନଟ ହେବାପରେ ଏବେ ଶ୍ରୀଜିଉଙ୍କ ନୀତିକାନ୍ତିକୁ ନେଇ ଚିନ୍ତା ବଢିଯାଇଛି । ସେବାୟତ ସଂକ୍ରମିତ ହେଉଥିବାରୁ ପାଳିଆ ସେବାୟତଙ୍କୁ ନିଯୁକ୍ତି କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ଯୋଜନା ଚଲାଉଛି ।

ଅପରପକ୍ଷରେ ସଂକ୍ରମଣ ଆଶଙ୍କାରେ ଆଜି ପଜିଟିଭ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଅଳ୍ପ ସେବାୟତରେ ବର୍ତ୍ତମାନ ପାଇଁ ନୀତିକାନ୍ତି କରାଯାଉଛି ।