କନକ ବ୍ୟୁରୋ: କରୋନା ପରିଚାଳନାକୁ ନେଇ ପ୍ରଶାସନ ପ୍ରବଳ ଚାପରେ ଥିବା ପରି ମନେ ହେଉଛି । ଯେଉଁଥିପାଇଁ ଟେଷ୍ଟ ରିପୋର୍ଟରେ ଗଡବଡ ହେଉଛି । ଗାଁରେ ପଜିଟିଭି, ହେଲେ ମେଡିକାଲରେ କୋଭିଡ ନେଗେଟିଭ । କଟକ ଜିଲ୍ଲା ସୁନିଦା ଗାଁରେ ଗତ ୨୧ ତାରିଖରେ ଜଣେ ଗର୍ଭବତୀ ମହିଳାଙ୍କ କୋଭିଡ ପରୀକ୍ଷା କରାଗଲା ।
ଗାଁକୁ ଆସିଥିବା ସ୍ୱାସ୍ଥ୍ୟକର୍ମୀ ୨୬ ବର୍ଷୀୟ ମହିଳା ଜ୍ୟୋସ୍ନାମୟୀ ମୁଦୁଲିଙ୍କ କରୋନା ପରୀକ୍ଷା କରିବା ପରେ ସେ ପଜିଟିଭ ଥିବା ତାଙ୍କ ସ୍ୱାମୀଙ୍କୁ କହିଥିଲେ । ପିଜିଟିଭ ଥିବା ଜାଣି ଗାଁଲୋକେ ତାଙ୍କଠାରୁ ଦୂରେଇ ଗଲେ । ତେବେ ଟେଷ୍ଟ ରିପୋର୍ଟ ନେଇ ସନ୍ଦେହ ହେବାରୁ ୩ଦିନ ପରେ ପୁଣିଥରେ ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କରାଇଥିଲେ ଜ୍ୟୋସ୍ନା । ମେବାଇଲକୁ ମେସେଜ ଆସିଲା ସେ ପଜିଟିଭ ଅଛନ୍ତି ।
କିନ୍ତୁ ସେହିଦିନ ସଂଧ୍ୟା ୫ଟାରେ ମହିଳାଙ୍କ ସ୍ୱାମୀ ଗୋପାଳ ମୁଦୁଲି ସ୍ୱାସ୍ଥ୍ୟ କେନ୍ଦ୍ରରୁ ରିପୋର୍ଟ ଆଣିଲାବେଳେ ଏହା ନେଗେଟିଭ ଥିଲା । ତେଣୁ ଏବେ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି ଜ୍ୟୋସ୍ନା ଓ ତାଙ୍କ ସ୍ୱାମୀ ଗୋପାଳ । କିଏ କହୁଛି ସତ, କେଉଁ ରିପୋର୍ଟ ଠିକ । କାହାକୁ ବିଶ୍ୱାସ କରିବେ ଜାଣିପାରୁ ନାହାନ୍ତି । ସ୍ୱାସ୍ଥ୍ୟ ବିଭାଗର ଏଭଳି ବେପରୁଆ ରିପୋର୍ଟକୁ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜ୍ୟୋସ୍ନା ଓ ତାଙ୍କ ସ୍ୱାମୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/10-22.jpg)