କନକ ବ୍ୟୁରୋ : ଲଗାଣ ବର୍ଷାରେ ଧସିଲା ପାହାଡ । ଗଜପତି ଗୁମ୍ମା ବ୍ଲକରେ ପାହାଡ ଧସି ଯାତାୟତ ବାଧାପ୍ରାପ୍ତ । କୁଜାସିଂ ପଞ୍ଚାୟତର ୩ ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ । ବଡ଼ ବଡ ପଥର ଖସି ରାସ୍ତାରେ ପଡିରହିଥିବା ଦେଖିବାକୁ ମିଳିଛି । ଗତ ୩ ଦିନ ଧରି ଗୁମ୍ମା ବ୍ଳକରେ ବର୍ଷା ଲାଗି ରହିଥିବାରୁ ପାହାଡରୁ ପଥର ଖସୁଛି । ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ପଥର ହଟାଇବାକୁ କୌଣସି ବ୍ୟବସ୍ଥା କରାଯାଇନାହିଁ । ଫଳରେ ବହୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Advertisment