ପ୍ରବଳ ଥଣ୍ଡା : ଆସନ୍ତା ୬ ମାସ ପର୍ଯ୍ୟନ୍ତ ବନ୍ଦ ହେଲା ବଦ୍ରୀନାଥ ମନ୍ଦିର

2,040

କନକ ବ୍ୟୁରୋ : ବନ୍ଦ ହେଲା ବଦ୍ରୀନାଥ ମନ୍ଦିର । ଶୀତଦିନ ଆରମ୍ଭ ହୋଇଯାଇଥିବାରୁ ମନ୍ଦିରକୁ ୬ ମାସ ପର୍ଯ୍ୟନ୍ତ କରାଯାଇଛି । ୬ ମାସ ପର୍ଯ୍ୟନ୍ତ ଭଗବାନଙ୍କ ଦର୍ଶନ ପାଇପାରିବେ ନାହିଁ ଭକ୍ତ । ତେଣୁ ଗତକାଲି ସନ୍ଧ୍ୟା ସମୟରେ ମନ୍ଦିର ବନ୍ଦ ହେବା ସମୟରେ ଭକ୍ତଙ୍କ ପ୍ରବଳ ଗହଳି ଲାଗିଥିଲା । ହରିବୋଲ ଓ ଭଗବାନଙ୍କ ନାମରେ କମ୍ପିଥିଲା ମନ୍ଦିର ପ୍ରାଙ୍ଗଣ । ପ୍ରବଳ ଥଣ୍ଡାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଅକ୍ଟୋବର ଓ ନଭେମ୍ବର ମାସରେ ମନ୍ଦିରକୁ ଭକ୍ତଙ୍କ ଲାଗି ବନ୍ଦ କରାଯାଇଥାଏ । ପୂର୍ବରୁ କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀଙ୍କ ମନ୍ଦିର ବନ୍ଦ ହୋଇସାରିଛି । ବଦ୍ରୀନାଥ ମନ୍ଦିରର ସମିତି ଅଧ୍ୟକ୍ଷ କହିଛନ୍ତି ଯେ, ପ୍ରବଳ ଥଣ୍ଡା ଲାଗି ପ୍ରତିବର୍ଷ ମନ୍ଦିରକୁ ଏପରି ଭାବରେ ବନ୍ଦ ରଖାଯାଏ ।

ମନ୍ଦିର ବନ୍ଦ ହେବା ସମୟରେ ଭାବବିହ୍ୱଳ ପରିସ୍ଥିତି ସୃଷ୍ଟି ହୋଇଥାଏ । ତେବେ ଏହି ମନ୍ଦିର ବନ୍ଦ ହେବା ସମୟରେ ଦେବତାଗଣ ବଦ୍ରୀନାଥଙ୍କ ପୂଜାର୍ଚ୍ଚନା କରୁଥିବା ସେ କହିଛନ୍ତି । ବାବାଙ୍କ ମନ୍ଦିର ବନ୍ଦ ହେବା ପୂର୍ବରୁ ହଜାର ହଜାର ଶ୍ରଦ୍ଧାଳୁ ମନ୍ଦିର ସମ୍ମୁଖରେ ପହଞ୍ଚିଥିଲେ । ତେବେ ମା’ଲକ୍ଷ୍ମୀ ମନ୍ଦିରର ମଧ୍ୟରେ ବିରାଜିତ ହେବା ପରେ ତତକ୍ଷଣାତ୍ ମନ୍ଦିର କବାଟକୁ ବନ୍ଦ କରାଯାଇଥିଲା । ବର୍ତମାନ ୬ ମାସ ଆଉ ମନ୍ଦିର ଖୋଲିବ ନାହିଁ । ମନ୍ଦିର କବାଟ ବନ୍ଦ ହେବା ସମୟରେ କେବଳ ଦେଶର ଭକ୍ତ ନୁହେଁ ବରଂ ବିଦେଶର ଅନେକ ଭକ୍ତ ମଧ୍ୟ ଉପସ୍ଥିତ ରହିଥିଲେ ।